Latest Odisha News

BREAKING NEWS

ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ, ସୂଚନା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ: ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ ଦେଶରେ ଏମରଜେନ୍ସି ଲଗାଇ ଦିଆଯାଇଛି । ଏହି ଭଳି ପରିସ୍ଥିତିରେ ଅଲିମ୍ପିକ୍ସ ଅୟୋଜିତ ହେବାକୁ ଯାଉଥିବାରୁ ଦର୍ଶକଙ୍କ ଉପସ୍ଥିତି ସମ୍ଭବପର ନୁହେଁ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଜୋଶିହିଦେ ସୁଗା ଆଶଙ୍କା ବ୍ୟକ୍ତ କରିଛନ୍ତି । ଅଲିମ୍ପିକ କମିଟି, ଇଂଟରନ୍ୟାଶନାଲ ପାରାଅଲିମ୍ପିକ କମିଟି, ଟୋକିଓ ନଗରପାଳିକା, ଅଲିମ୍ପିକ ଆୟୋଜକ ସମିତି ଓ ଜାପାନ ସରକାରଙ୍କୁ ନେଇ ଏକ ବୈଠକ ବସିବ । ଏହା ପରେ ଦର୍ଶକଙ୍କୁ ଷ୍ଟାଡିୟମରେ ଏହି କ୍ରୀଡା ମହାକୁମ୍ଭ ଦେଖିବାକୁ ସୁଯୋଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହେବ ।

ଜାପାନ ବାସିନ୍ଦା କରୋନା ମହାମାରୀ ଯୋଗୁ ଅଲିମ୍ପିକ ଆୟୋଜନକୁ କଡା ବିରୋଧ କରୁଛନ୍ତି । ସୂଚନାଯୋଗ୍ୟ, ସପ୍ତାହକ ମଧ୍ୟରେ ଜାପାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩ ପ୍ରତିଶତ ବଢ଼ିଛି ।

Leave A Reply

Your email address will not be published.