କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଥମଥର ପାଇଁ ଉଦ୍ଧାର ହୋଇଛି ଉଡନ୍ତା ସାପ । ସହରରେ ଥିବା ଗୌଡସାହିର ଜଣେ ବ୍ୟକ୍ତିଙ୍କ ଘରେ ଏହି ସାପ ପଶିଥିବା ଦେଖି ସଙ୍ଗେସଙ୍ଗେ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ ।
ଏହାପରେ ୱାଇଲ୍ଡ ଆନିମଲ ରେସ୍କ୍ୟୁ ଟିମର ସସ୍ଥାପକ କୃଷ୍ଣକେଶବ ଷଡଙ୍ଗୀ ଏବଂ ତାଙ୍କ ସହଯୋଗୀ ସେଠାରେ ପହଞ୍ଚି ସାପକୁ ଦେଖିଥିଲେ । ସାପକୁ ଦେଖିବା ପରେ ଏହା ଓରନେଟ ଫ୍ଲାଇଙ୍ଗ ସ୍ନେକ ବା ଉଡନ୍ତା ଚିତି ସାପ ବୋଲି ଏହାକୁ କୁହାଯାଇଥିଲା । ସାପଟି ଭୟଭୀତ ଅବସ୍ଥାରେ ଥିବାରୁ ବହୁତ ସତର୍କତାର ସହ ତାକୁ ଉଦ୍ଧାର କରାଯାଇଥିଲା ।
ସାପକୁ ଉଦ୍ଧାର କରିବା ପରେ ଜୟପୁର ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷିତ ସ୍ଥାନରେ ଛଡାଯାଇଥିଲା । ସାପ ଖବର ସହରରେ ପ୍ରଘଟ ହେବା ପରେ ଏହାକୁ ଦେଖିବାକୁ ବହୁତ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।
Comments are closed.