Latest Odisha News

BREAKING NEWS

ସ୍ବାମୀଙ୍କ କାନ୍ଧରୁ କାର୍ଯ୍ୟଭାର ନେଲେ ସ୍ତ୍ରୀ, ସମ୍ଭାଳିବେ ମୁଖ୍ୟ ଶାସନ ସଚିବ ପଦ

ନୂଆଦିଲ୍ଲୀ: ଜଣେ ଆଇଏଏସ୍ ପତ୍ନୀ ତାଙ୍କ ଆଇଏଏସ୍ ସ୍ୱାମୀଙ୍କୁ ତାଙ୍କ ପଦରୁ ରିପ୍ଲେସ୍ କରିଛନ୍ତି | କେରଳରେ ଏହା ପ୍ରଥମ ଘଟଣା। ଯେତେବେଳେ ଜଣେ ମହିଳା ଆଇଏଏସ୍ ପତ୍ନୀ ତାଙ୍କ ସ୍ୱାମୀଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଆଉ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।

ଏହି ଦୁଇ ସ୍ବାମୀ ଓ ସ୍ତ୍ରୀ ହେଉଛନ୍ତି ଶାରଦା ମୁରଲୀଧରନ୍ ଏବଂ ଭି ଭେନୁ।

୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶାରଦା ମୁରଲୀଧରନ୍ ତାଙ୍କ ସ୍ୱାମୀ ଭି ଭେନୁଙ୍କଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା ୮ ମାସ ପର୍ଯ୍ୟନ୍ତ ଶାରଦା ମୁରଲିଧରନ କେରଳର ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ ।

ଭି ବେଣୁ କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ନିଜ ଚାକିରିରୁ ଅବସର ନେଇଛନ୍ତି। ଭି ବେଣୁଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଫାଇନାଲ୍ କରିଥିଲେ । କେରଳ ମୁଖ୍ୟମନ୍ତ୍ରୀ ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

 

Comments are closed.