Latest Odisha News

BREAKING NEWS

୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ : ଆସନ୍ତା ମେ ମାସ ଶେଷ ସପ୍ତାହ ସୁଦ୍ଧା ଭାରତରେ ୪ଟି ରାଫେଲ ବିମାନ ପହଞ୍ଚିବ । ତାପରେ ପ୍ରତି ୪୫ ଦିନରେ ଗୋଟିଏ ଲେଖାଏଁ ରାଫେଲ ବିମାନ ପହଞ୍ଚିବ ଓ ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।  ଚୀନ ସଂପର୍କରେ ସେ କହିଛନ୍ତି ଯେ ଚୀନ ସହ ଭାରତର ସଂପର୍କରେ ଉନ୍ନତି ହୋଇଛି ଓ ବିପଦର କୌଣସି ଆଶଙ୍କା ନାହିଁ ।

ଭାରତ ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ସିଧାସଳଖ ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ବାୟୁସେନା ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ ।

Leave A Reply

Your email address will not be published.