Latest Odisha News

BREAKING NEWS

ଇଂରାଜୀ ଭାଷାରେ ରିଲିଜ ହୋଇଥିଲା ଦେଶର ପ୍ରଥମ ଦେଶଭକ୍ତି ଫିଲ୍ମ, ମୁଖ୍ୟ ଭୁମିକାରେ ଥିଲେ ଅଶୋକ କୁମାର

ମୁମ୍ବାଇ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରୁ ସାରା ଦେଶ ସ୍ଵାଧିନତା ଦିବସ ପାଳନ କରିଆସୁଛି । ପ୍ରତିବର୍ଷ ଏହି ଦିନରେ ପ୍ରତ୍ୟକ ଲୋକଙ୍କ ମନରେ ଦେଶପ୍ରେମର ଭାବନା ଦେଖିବାକୁ ମିଳିଥାଏ । ଏହି ଦିନ ଲୋକମାନେ ଦେଶଭକ୍ତି ଗୀତ ଶୁଣନ୍ତି ଏବଂ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଯଦିଓ ଏପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ଅନେକ ଦେଶପ୍ରେମୀ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି, କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରଥମ ଦେଶଭକ୍ତି ଚଳଚ୍ଚିତ୍ର ବିଷୟରେ କହିବାକୁ ଯାଉଛୁ …

ଭାରତର ପ୍ରଥମ ଦେଶଭକ୍ତି ଚଳଚ୍ଚିତ୍ର ପ୍ରାୟ ୮୮ ବର୍ଷ ପୂର୍ବେ ରିଲିଜ ହୋଇଥିଲା । ୧୯୩୬ ମସିହାରେ ଜର୍ମାନ ଚଳଚ୍ଚିତ୍ର ନିର୍ଦ୍ଦେଶକ ଫ୍ରେଞ୍ଜ ଓଷ୍ଟେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଜନ୍ମଭୁମି’ ମୁକ୍ତିଲାଭ କରିଥିଲା । ଏ ଘଟଣା ୧୯୩୫ ମସିହାର, ଯେତେବେଳେ ଭାରତରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା । ସ୍ୱାଧୀନତା ପାଇଁ ସବୁଆଡେ ଚାଲିଥିଲା ଆନ୍ଦୋଳନ । ଭରତର କୋଣ ଅନୁକୋଣରେ ଚାଲିଥିଲା ବ୍ରିଟିଶ ଶାସନ । ପ୍ରତ୍ୟେକ ଭାରତୀୟ ସେତେବେଳେ ସ୍ୱାଧୀନତାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ସେତେବେଳେ ସିନେମା ଜଗତରେ ଦେଶପ୍ରେମ ଉପରେ କୌଣସି ଚଳଚ୍ଚିତ୍ର ନିର୍ମାଣ କରାଯାଇ ନଥିଲା ।

ସେତେବେଳେ ଜର୍ମାନର ଚଳଚ୍ଚିତ୍ର ନିର୍ମାତା ଫ୍ରେଞ୍ଜ ଓଷ୍ଟେନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରିଥିଲେ । ସେ ତତ୍କାଳୀନ ତାରକା ଅଶୋକ କୁମାର ଏବଂ ଦେବିକା ରାନୀଙ୍କୁ ନେଇ ୧୯୩୬ରେ ଚଳଚ୍ଚିତ୍ର ‘ଜନ୍ମଭୁମି’ର ରିଲିଜ୍ କରିଥିଲେ । ଅଜୟ କୁମାର ଘୋଷ-ରାମଚନ୍ଦ୍ରଙ୍କ ଚରିତ୍ରରେ ନଜର ଆସିଥିଲେ ଅଶୋକ କୁମାର । ସେହିଭଳି ପ୍ରୋତିମା ଚରିତ୍ରରେ ନଜର ଆସିଥିଲେ ଦେବିକା ରାନୀ ।

ଫିଲ୍ମରେ ଅଜୟ ତାଙ୍କ ଗାଁର ଲୋକଙ୍କ ମଧ୍ୟରେ ଥିବା ଜାତିଗତ ପ୍ରତିବନ୍ଧକକୁ ଭାଙ୍ଗିବା ପାଇଁ କିପରି କାର୍ଯ୍ୟ କରନ୍ତି ଏବଂ ତାହା ସହିତ ଏକତା ପାଇଁ ଲୋକଙ୍କୁ କିପରି ପ୍ରେରଣା ଦିଅନ୍ତି ଏବଂ ସ୍ୱାଧୀନତାର ଅର୍ଥ ବୁଝାନ୍ତି ତାହା ଦେଖିବାକୁ ମିଳିଥାଏ । ଏହା ଭାରତୀୟ ସିନେମାର ପ୍ରଥମ ଦେଶପ୍ରେମୀ ଚଳଚ୍ଚିତ୍ର ଭାବରେ ବିବେଚନା କରାଯାଏ ଯାହା ଦର୍ଶକଙ୍କୁ ଖିବ୍ ପସନ୍ଦ ଆସିଥିଲା ।

Comments are closed.