Latest Odisha News

BREAKING NEWS

ଏମକେସିଜି ମେଡିକାଲରେ ପ୍ରଥମ ବିରଳ ଅସ୍ତ୍ରୋପଚାର; ୨୧ ଦିନର ଶିଶୁ ପାଇଲା ନୂଆ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରଙ୍କୁ ବଡ ସଫଳତା । ଏମକେସିଜି ଇତିହାସରେ ପ୍ରଥମ ବିରଳ ଅସ୍ତ୍ରୋପଚାର କରି ୨୧ ଦିନର ଶିଶୁକୁ ଦେଲେ ନୂଆ ଜୀବନ । ନବରଙ୍ଗପୁର ଜିଲ୍ଲା ତଣ୍ଡା ଗାଁ ପର୍ଶୁ ଗୌଡ଼ଙ୍କ ନବଜାତ ଶିଶୁର ମେରୁଦଣ୍ଡଟି ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରି ଆସିଥିବାବେଳେ, ରପଚର୍ଡ ମାଇଲୋମେନିଙ୍ଗୋସିଲ ତଥା ମେରୁଦଣ୍ଡର ସଫଳ ଅସ୍ତ୍ରୋପଚାର କରାଯାଇଛି ।

ପ୍ରଥମେ ଏମକେସିଜି ମେଡିକାଲରେ ଶିଶୁକୁ ନ୍ୟୁରୋଲଜି ବିଭାଗରେ କିଛି ଦିନ ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ନ୍ୟୁରୋଲଜି ବିଭାଗର ବରିଷ୍ଠ ଡାକ୍ତର ରବି ନାରାୟଣ ପଣ୍ଡାଙ୍କ ଦ୍ବାରା ଶିଶୁଟିର ଗତ ୨୬ତାରିଖରେ ମେରୁଦଣ୍ଡ ଜନିତ ରପଚର୍ଡ ମାଇଲୋମେନିଙ୍ଗୋସିଲ୍ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି ।

ଏହି ମେରୁଦଣ୍ଡ ଜନିତ ସମସ୍ୟାରେ ଶିଶୁର ହାତଗୋଡ଼ ଚାଲେ ନାହିଁ, ପରିସ୍ରା ଏବଂ ଝାଡ଼ା ନିୟନ୍ତ୍ରଣ ହୁଏ ନାହିଁ । ମେରୁଦଣ୍ଡ ବାହାରକୁ ବାହାରି ରହିଥାଏ ଓ ତାର ଆବରଣ ବି ନଥାଏ । ନୂଆ ଜୀବନ ଦେଇଥିବା ଯୋଗୁଁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଶୁର ପରିବାର ।

Leave A Reply

Your email address will not be published.