Latest Odisha News

କ୍ରିକେଟ ୟୁନିଫର୍ମରେ ସାମ୍ନାକୁ ଆସିଲା ତାପସୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍…

ମୁମ୍ବାଇ: ନିଜ ନିଖୁଣ ଅଭିନୟର ଯାଦୁ ଦର୍ଶକଙ୍କ ମନରେ ଭାରି ଦେଇଥିବା ବଲିଉଡର ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିଛନ୍ତି କ୍ରିକେଟ କସଟ୍ୟୁମରେ ।

ତାପସୀଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଫାଷ୍ଟ ଲୁକ ବୋଲି ଜଣାପଡିଛି ।

ଲଗାତାର ଗୋଟେ ପରେ ଗୋଟେ ଫିଲ୍ମ କରି ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହେଉଛନ୍ତି ତାପସୀ।

ତେବେ ବଲିଉଡର ଆଗଧାଡ଼ିର ଏହି ନାୟିକା ଏବେ ନିଜ ଆଗାମୀ ଫିଲ୍ମ ‘ସାବାସ୍‌ ମିଠୁ’କୁ ନେଇ ବେଶ୍ ଚର୍ଚ୍ଚାରେ।

ଏହି ଫିଲ୍ମଟି ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌ ଉପରେ ଆଧାରିତ। ନିକଟରେ ଫିଲ୍ମରୁ ତାପସୀଙ୍କର ଫାଷ୍ଟ ଲୁକ୍‌ ରିଲିଜ ହୋଇଛି। ଫିଲ୍ମରେ ତାପସୀ, ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଶ୍ରେଷ୍ଠ ଖେଳାଳୀ ମିତାଲି ରାଜ୍‌ଙ୍କ ଭୂମିକାରେ ଅଭିନୟ କରିବେ।

ଫିଲ୍ମର ପ୍ରଥମ ପୋଷ୍ଟରକୁ ତାପସୀ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାପସୀଙ୍କ ଏହି ଫିଲ୍ମଟି ଆଗାମୀ ବର୍ଷ ଫେବୃଆରୀରେ ରିଲିଜ୍‌ ହେବ ବୋଲି ଶୁଣୁବାକୁ ମିଳୁଛି ।

Leave A Reply

Your email address will not be published.