Latest Odisha News

BREAKING NEWS

କେରଳରେ କରୋନା ଆକ୍ରାନ୍ତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

କେରଳ: କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତା ହୋଇଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା ଜଣାପଡିଛି । ଚୀନ୍‌ର ୟୁହାନ ବିଶ୍ୱାବିଦ୍ରାଳୟରେ ପାଠ ପଢ଼ିଥିବା ଏହି ଛାତ୍ର ଜଣକ ନିକଟରେ କେରଳ ଫେରିଥିଲେ । ସେ ଚୀନ୍‌ରୁ ହିଁ କରୋନା ଭୁତାଣୁରେ ସଂକ୍ରମିତ ହୋଇ ଭାରତ ଫେରିଥିବା ସୂଚନା ମିଳିଛି । ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି । ସେହିପରି ଚୀନ୍‌ରୁ କେରଳ ଫେରିଥିବା ୬୩୩ ଜଣ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣ ବ୍ୟବସ୍ଥାରେ ରଖାଯାଇଛି । ଉକ୍ତ ୬୩୩ ଜଣଙ୍କ ମଧ୍ୟରୁ ୭ଜଣ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ହରିୟାଣା, ମୁମ୍ବାଇ, ଗୋଆ, ଗୁରୁଗ୍ରାମ, ଫରିଦାବାଦ, ପାନିପତରେ ୧୪ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ରଖି ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ କରାଯାଉଛି । ଅନେକଙ୍କ ରକ୍ତ ନମୁନାକୁ ପୁନେ, ଏନ୍‌ଆଇଭିକୁ ପରୀକ୍ଷା ପାଇଁ ପଠାଯାଇଛି । ବେଙ୍ଗାଳୁରୁରେ ୨ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଅଶଙ୍କା କରାଯାଉଛି । ସେମାନଙ୍କୁ ରାଜୀବଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଚେଷ୍ଟ ଡିଜିଜ୍ ହସ୍ପିଟାଲରେ ଭର୍ତି କରାଯାଇଛି ।

ଅନ୍ୟପଟେ ଚୀନରୁ ବ୍ୟାପୁଥିବା ଏହି କରୋନା ଭାଇରସ ଏବେ ଭୟଙ୍କର ରୂପ ନେଇଛି । ଏହି ଭୁତାଣୁରେ ସଂକ୍ରମିତ ହୋଇ ଗତ ୨୪ ଘଂଟା ମଧ୍ୟରେ ୩୮ଜଣ ପ୍ରାଣ ହରାଇଥିବା ବେଳେ ସେଠାରେ ମୃତ୍ୟୁ ସଂଖ୍ୟା ୧୭୦ରେ ପହଂଚିଛି । ଗତ କିଛି ଘଂଟା ମଧ୍ୟରେ ୧ହଜାର ୭ଶହରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଚୀନ୍‌ରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପି ଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.