Latest Odisha News

BREAKING NEWS

ଆଜି ପୁରୀରେ ପହଞ୍ଚିବ ରଥ କାଠ

ନୟାଗଡ଼: ରଥଯାତ୍ରା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ ରଥ କାଠ । ନୟାଗଡ଼ରୁ ପ୍ରଥମ ରଥ କାଠ ପରିବହନର ଶୁଭାରମ୍ଭ କରାଯାଇଛି । ବନଖଣ୍ଡ ପକ୍ଷରୁ ପୂଜାର୍ଚ୍ଚନା ପରେ ପରିବହନ ଅନୁକୂଳ ହୋଇଛି । ଦଶପଲ୍ଲାରୁ ପୁରୀ ଅଭିମୁଖେ ବାହାରିଛି ଦୁଇ ଟ୍ରିପ୍‌ କାଠ ।

ପରମ୍ପରା ଅନୁସାରେ, ଆସନ୍ତା ଶ୍ରୀପଞ୍ଚମୀ(୫ ତାରିଖ) ଦିନ ରଥ କାଠ ଅନୁକୂଳ ହେବ । ବଡ଼ଦାଣ୍ଡ ରଥଖଳାରେ ରଥକାଠ ଅନୁକୂଳ କାର୍ୟ୍ୟ ହେବ । ବର୍ଷ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ପରମ୍ପରା ରାଜନଅର ପକ୍ଷ ଓ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଏହି ପୂଜାର୍ଚ୍ଚନା କାର୍ଯ୍ୟ ସଂପାଦନ କରିବେ ।

ତିନି ରଥ ପାଇଁ ୧୨ ଫୁଟିଆ ତିନି ଧଉରା କାଠକୁ ରଥଖଳାରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପୂଜାର୍ଚ୍ଚନା କରାଯିବ । ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ରଥଖଳାରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ପବିତ୍ର ରାମନବମୀରେ ରଥକାଠ ଚିରଟ ହେବ । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ନୀତି ଅନୁଷ୍ଠିତ ହୋଇଥାଏ ।

Comments are closed, but trackbacks and pingbacks are open.