Latest Odisha News

BREAKING NEWS

ପରଲୋକରେ ଓଡିଶାର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟା ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଓଡିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁଚରଣଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଗତକାଲି ରାତିରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ।

ତାଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।

୧୯୪୭ ମସିହାରେ ସେ ପ୍ରଥମେ ପୁରୀର ଅନ୍ନପୂର୍ଣ୍ଣା ଥିଏଟରରେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହା ପରେ ସେ ଅନ୍ନପୂର୍ଣ୍ଣା ଥିଏଟର ବି ରେ ଅଭିନୟ କରିବା ବେଳେ ସେ ଗୁରୁ କେଳୁଚରଣଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ପରେ ସେମାନଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହ ପରେ ତାଙ୍କର ନୃତ୍ୟ ପ୍ରଦର୍ଶନ କମିଯାଇଥିଲା । ତେବେ ସେ ତାଙ୍କ ଜୀବନ କାଳରେ ସେ ୪ଟି ଫିଲ୍ମ ‘ମା’, ‘ସୂର୍ଯ୍ୟମୁଖୀ’, ‘ଶ୍ରୀଶ୍ରୀ ପତିତପାବନ’, ‘ଅମଡାବାଟ’ରେ ଅଭିନୟ କରିଛନ୍ତି ।

 

ଲକ୍ଷ୍ମୀପ୍ରିୟା

Leave A Reply

Your email address will not be published.