Latest Odisha News

ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୪ ମୃତ

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ଜରପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସକୁ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଛି । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

Ambulance Accident In Angul Died

ସୂଚନା ଅନୁସାରେ ଆମ୍ବୁଲାନ୍ସଟି ୨ ଜଣ ରୋଗୀଙ୍କୁ ନେଇ ସମ୍ବଲପୁର ବୁର୍ଲାରୁ କଟକ ଅଭିମୁଖେ ଯାଉଥିଲା । ଅନୁଗୁଳର ଜରପଡ଼ା ନିକଟରେ ଗ୍ୟାସ୍ ଟ୍ୟାଙ୍କର ସହ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହୋଇଥିଲା । ଗ୍ୟାସ୍ ଟ୍ୟାଙ୍କର ଡ୍ରାଇଭର ଅଟକ ଥିବା ଅନୁଗୁଳ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.