Latest Odisha News

ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଏପ୍ରିଲ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶପ୍ରେମୀ ଧର୍ମିକ ଓଡ଼ିଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’।

ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଶିତ। ଯିଏକି ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିଲେ। ଏହା ହେଉଛି ଓଡିଶାର ଜଣେ ସହିଦଙ୍କ ଉପରେ ଆଧାରିତ ପ୍ରଥମ ଓଲିଉଡ୍ ବାୟୋପିକ୍।

ଅଭିନେତ୍ରୀ କାବ୍ୟା କିରଣ ଏହି ସିନେମାରେ ମୁଖ୍ୟ ନାରୀ ଭୂମିକାରେ ଅଭିନୟ କରୁଥିବା ବେଳେ ଅଭିନେତା ଦେବାଶିଷ ପାତ୍ର ଲିଡ୍ ରୋଲରେ ନଜର ଆସିବେ।

ବିଶ୍ୱନାଥ ପଟ୍ଟନାୟକ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ରାଜୀବ ମହାନ୍ତି ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ଅନ୍ୟାନ୍ୟ ଭୂମିକାରେ ଅଭିନେତା ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ଜୀନା, ରୁଦ୍ର, ଟ୍ୱିଙ୍କଲ ଏବଂ ସନ୍ତୋଷ ନଜର ଆସିବେ।

ଚଳଚ୍ଚିତ୍ରର ଗୀତଗୁଡ଼ିକ ଅରୁଣ ମନ୍ତ୍ରୀ, ବିଜୟ ମଲ୍ ଏବଂ ରଂଜନ ଦାସ ଲେଖିଥିବା ବେଳେ ବିକାଶ ସୁକଲା ସଙ୍ଗୀତ ଦେଇଛନ୍ତି। ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର, ଅସୀମା ପଣ୍ଡା ଓ ଦୀପ୍ତିରେଖା ଏହି ଗୀତଗୁଡ଼ିକ ଗାଇଛନ୍ତି।

ଏହି କାହାଣୀ କଟକ ଜିଲ୍ଲାର ବଇଳାଶୀ ମଉଜା ସ୍ଥିତ ବରଲା ଗାଁର ବାସିନ୍ଦା ରଘୁ ପଟ୍ଟନାୟକଙ୍କ ଉପରେ ଆଧାରିତ। ରଘୁ ଯୁବକ ଥିବାବେଳେ କାମ ଅନ୍ବେଷଣରେ କୋଲକାତା ଯାଇଥିଲେ। ସେଠାରେ ଚାକିରି ପାଇବା ପରେ ସେ ତାଙ୍କର ଅନେକ ସହକର୍ମୀଙ୍କୁ ସେଠାରେ କାମ ଖୋଜିବାରେ ସାହାଯ୍ୟ କରୁଥିଲେ।

ଏହା ପରେ ସେମାନେ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ କୋଲକାତାରେ ଏକ ଓଡିଆ ସଙ୍ଗଠନ ଗଢିଥିଲେ। ବ୍ରିଟିଶମାନେ ତାଙ୍କ କାମ ପାଇଁ ତାଙ୍କୁ ଅନେକ ଥର ଦଣ୍ଡିତ କରିଥିଲେ ଏବଂ ଶେଷରେ ତାଙ୍କୁ ଜେଲରେ ହତ୍ୟା କରାଯାଇଥିଲା।

ଏହି ଚଳଚ୍ଚିତ୍ରଟି ଲୋକ୍ ବିକାଶ ସିନେ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହୋଇଛି।

 

Leave A Reply

Your email address will not be published.