Latest Odisha News

BREAKING NEWS

[ଭିଡ଼ିଓ]ନବରଙ୍ଗପୁରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହି ମଧ୍ୟରେ ନବରଙ୍ଗପୁର ସହରରେ ଚିହ୍ନଟ ହେଲେ ପ୍ରଥମ ଓମିକ୍ରନ ଆକ୍ରାନ୍ତ । ମ୍ୟୁନିସିପାଲଟି ଅଞ୍ଚଳର ୧୩ନମ୍ବର ୱାର୍ଡ଼ରୁ ଆକ୍ରାନ୍ତ ଜଣକ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଆକ୍ରାନ୍ତଙ୍କ ପରିବାରର ଅନ୍ୟ ୫ଜଣ ସଦସ୍ୟମାନେ କୋଭିଡ଼ ସଂକ୍ରମିତ ହୋଇଥିବାବେଳେ ସମସ୍ତଙ୍କର ସାମାନ୍ୟ ଲକ୍ଷଣ ରହିଛି । ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ପୂର୍ବରୁ ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ଏବଂ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଓମିକ୍ରନ ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ନିଜ ଘରେ ହୋମ୍ ଆଇସୋଲେସନରେ ରଖାଯାଇଛି ।

ଓମିକ୍ରନ ଆକ୍ରାନ୍ତ ଜଣକ ପୂର୍ବରୁ ୧୪ ମଧ୍ୟ ଦିନ ହୋମ୍ ଆଇସୋଲେସନରେ ରହିଥଲେ । ବର୍ତ୍ତମାନ ମଧ୍ୟ ହୋମ୍ ଆଇସୋଲେସନରେ ରହିଛନ୍ତି । ଆକ୍ରାନ୍ତ ଜଣକ ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିଥିବା ସୂଚନା ଦେଇଛି ବିଭାଗ । ଆଜି ଜିଲ୍ଲାରେ ୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ୍ କେସ୍ ରହିଛି ୬୯ ।

Leave A Reply

Your email address will not be published.