Latest Odisha News

BREAKING NEWS

୨୬ ରାଜ୍ୟରେ ପଶିଲାଣି ଓମିକ୍ରନ୍, ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ୍ । ୨୬ ରାଜ୍ୟରେ ପଶିଲାଣି । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬ଶହ ୩୦ । ମହାରାଷ୍ଟ୍ର ଓ ଦିଲ୍ଲୀରେ ପାଖାପାଖି ଅଧା ନୂଆ ଭାରିଆଣ୍ଟ କେସ୍ ରହିଛି । ମହାରାଷ୍ଟ୍ରରୁ ସର୍ବାଧିକ ୭୯୭ ପଜିଟିଭ୍ ବାହାରିଛନ୍ତି । ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୪୬୫ ।

ରାଜସ୍ଥାନରୁ ୨୩୬, କେରଳରୁ ୨୩୪, କର୍ଣ୍ଣାଟକରୁ ୨୨୬, ଗୁଜରାଟରୁ ୨୦୪ଟି ନୂଆ ଭାରିଆଣ୍ଟ କେସ୍ ଚିହ୍ନଟ ହୋଇଛି । ସେହିପରି ତାମିଲନାଡୁରୁ ୧୨୧, ତେଲେଙ୍ଗାନାରୁ ୯୪, ହରିୟାଣାରୁ ୭୧, ଓଡ଼ିଶାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୦ ।

ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬ଶହ ୩୦ ଓମିକ୍ରନ୍ କେସ୍ ବାହାରିଛି । ଏଥିରୁ ସୁସ୍ଥ ହେଲେଣି ୯୯୫ ସଂକ୍ରମିତ । ଏବେ ଦେଶରେ ୧୬୩୫ଟି ଓମିକ୍ରନ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.