Latest Odisha News

BREAKING NEWS

କଟକରେ ଖୋଲିଲା ‘ବାର୍ବିକ୍ୟୁ ନେଶନ’ର ପ୍ରଥମ ଆଉଟଲେଟ୍

କଟକ: ଭାରତର ଅଗ୍ରଣୀ ରେସ୍ତୋରାଁ ଚେନ୍ ବାର୍ବିକ୍ୟୁ ନେଶନ ଓଡ଼ିଶାର କଟକରେ ନିଜର ପ୍ରଥମ ଆଉଟଲେଟ୍ ଖୋଲାଯାଇଥିବା ଘୋଷଣା କରିଛି । ଦରଘାବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍ଗ ପରିସରରେ ୪,୨୫୦ ବର୍ଗଫୁଟ ପରିମିତ ଅଞ୍ଚଳରେ ଏହି ନୂତନ ଗ୍ରାଣ୍ଡ ଆଉଟ୍ଲେଟ୍ ରହିଛି । ଏହି ନୂଆ ଆଉଟ୍ଲେଟ୍ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା, ଯିଏ କଟକର ଜଣେ ଚା’ ବିକାଳି । ସମାଜସେବା ବିଶେଷକରି ଅବହେଳିତ ପିଲାଙ୍କୁ ଶିକ୍ଷା ସୁବିଧା ଉପଲବ୍ଧ କରାଇବା ଦିଗରେ ତାଙ୍କର ଅବଦାନ ପାଇଁ ସେ ପରିଚିତ, ଯେଉଁମାନଙ୍କ ମଧ୍ୟରୁ କେତେକ ପିଲା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମଧ୍ୟ ରାଓଙ୍କ ସହ ଉପସ୍ଥିତ ଥିଲେ ।

ରେସ୍ତୋରାଁର ଟେବୁଲ ଉପରେ ପରଶା ଯାଇଥିବା ବାର୍ବିକ୍ୟୁର ଶାକାହାରି ଓ ଆମିଷ ବ୍ୟଞ୍ଜନ କଟକରେ ଖାଦ୍ୟପ୍ରିୟ ଲୋକଙ୍କ ପାଇଁ ଏବେ ବଡ଼଼ ସୁଯୋଗ ଆଣିଦେଇଛି । ଦେଶର ୧୩୮ତମ ଥିବା ଏହି ସର୍ବାଧୁନିକ ଆଉଟ୍ଲେଟ୍ରେ ଗୋଟିଏ ସମୟରେ ୧୦୮ ଜଣଙ୍କୁ ବସାଇ ଖାଦ୍ୟ ପରଶିବାର ସୁବିଧା ରହିଛି । ବାର୍ବିକ୍ୟୁ ନେଶନ ଆପଣ ବୁଫେରେ ଖାଇବା ଭଳି ଶାକାହାରୀ (ଭେଜ୍) ଓ ଆମିଷ (ନନ୍ଭେଜ୍) ଖାଦ୍ୟ ସଜାଇ ରଖିଛି । ପ୍ରାରମ୍ଭରେ ଷ୍ଟାର୍ଟର ଭାବେ ଆମିଷପ୍ରିୟମାନେ ବହୁଆଦୃତ ମଲାଇ ଚିକେନ, ଅଙ୍ଗାରା ୱିଙ୍ଗ୍ସ, ମଟନ ମେଥି ଶିଖ୍, ମାହେ ଅବ୍ ହୟାତ୍, ବାସିଲ ଓୟଷ୍ଟର ପ୍ରନ୍ସ, ସ୍ମୋକି ବାର୍ବିକ୍ୟୁ ଡ୍ରମ୍ଷ୍ଟି୍କ ଏବଂ ଆହୁରି ଅନେକ ପ୍ରକାର ନେଇପାରିବେ । ସେହିପରି ଶାକାହାରୀମାନେ ପାଟିକୁ ଲୋଭେଇଲା ଭଳି ପନିର ଲାଜୱାବ, ଲେମନ ବାସିଲ୍ ମଶରୁମ୍, ଥାଇ ଗ୍ରୀଲ୍ଡ ଭେଜ୍, ରାଇସ୍ ପିପ୍ପର ରୋଲ୍ ୱିଥ୍ ସ୍ୱିଟ୍ ଚିଲି ସଅସ୍, ଫ୍ରେଞ୍ଚ୍ ଫ୍ରାଏ ଭଳି ଖାଦ୍ୟ ରହିଛି ।

ଏହାର ଲାଇଭ୍ କାଉଣ୍ଟର ପେନେ/ଫୁଜିଲି କୋନ୍କାସେ, ପେନେ/ଫୁଜିଲି ପେସ୍ତୋ, ପେନେ/ଫୁଜିଲି ବେଶୋମେଲ, ମାଲପୁଆ, ପାଇନଆପଲ୍ ଜଲେବି, ଜଲେବି, ପାନିପୁରି, ଦହି ପୁରି, ସେୱ ପୁରି, ପାପ୍ଡି ଚାଟ୍, ଦହିଭାଲ୍ଲା, ଆପୋଲୋ ଫିଶ୍, ଚିଲ୍ଲି ଚିକେନ, ଶେଜୱାନ ଚିକେନ ଏବଂ ଆହୁରି ଅନେକ ରକମ ଉପଲବ୍ଧ କରିଛି । ଖାଦ୍ୟର ମେନ୍ କୋର୍ସରେ ଶାକାହାରି ଓ ଆମିଷପ୍ରିୟଙ୍କୁ ବିରିୟାନି, ନୁଡ୍ଲସ, ଇଣ୍ଡିଆନ ବ୍ରେଡ୍ ଓ ସ୍ପେଶଲ କରୀଜ୍ ସମେତ ଉପରୋକ୍ତ ଖାଦ୍ୟରୁ ନିଜ ମୁତାବକ ପସନ୍ଦ ଖାଇବାର ସୁଯୋଗ ଦେଉଛି ।

ମେନ୍ କୋର୍ସ ପାଇଁ ଶାକାହାରୀମାନେ କର୍ନ ସ୍ପିନିଚ୍ ଏୟୁଗ୍ରାଟିନ୍, ଦାଲ୍-ଇ-ଦମ୍, ଦାଲ୍ ପାଲକ୍, ମଲାଇ କୋଫ୍ତା, ଭେଜ୍ ଜଲଫ୍ରେଜି, ଭେଜ୍ ହକ୍କା ନୁଡ୍ଲସ, ଭେଜ୍ ମଞ୍ଚୁରିଆନ୍, ପରୱଲ ଭଜି, ବନାରସି ଦମ୍ ଆଲୁ ଓ କାବୁଲି ବିରିୟାନି ପାଇପାରିବେ । ଆମିଷପ୍ରିୟମାନେ ବାଲ୍ତି ମୁର୍ଗ, ମଟନ ରଗନ୍ଜୋଶ୍, ମାଛେର କଲିଆ, ଥାଇ ବାସିଲ୍ ଚିକେନ୍, ଚିକେନ୍ ଦମ୍ ବିରିୟାନି, ଏଗ୍ ବିରିୟାନି, ପତିଆଲା ଏଗ୍ କରୀ ଭଳି ମେନ୍ୟୁ ତାଲିକାରେ ଥିବା ଖାଦ୍ୟ ଉପଭୋଗ କରିପାରିବେ ।

ପାଟିକୁ ମିଠା କରିବା ପାଇଁ ଡେଜର୍ଟ ମେନୁରେ ରହିଛି ୱାଲନଟ୍ ବ୍ରାଉନି, ଏସୋର୍ଟେଡ୍ ପେଷ୍ଟ୍ରିରୁ ଆରମ୍ଭ କରି ଅଙ୍ଗୁରୀ ଗୁଲାବ ଜାମୁନ୍, ମାର୍ବଲ କେକ୍ ଏବଂ କେଶ୍ରୀ ଫିର୍ନି । ରେସ୍ତୋରାଁର କୁଲ୍ଫି ନେଶନ କାଉଣ୍ଟରରେ ବିଭିନ୍ନ ପ୍ରକାର କୁଲ୍ଫି ରହିଛି ଯାହା ଏଠାକୁ ଆସୁଥିବା ଖାଦ୍ୟପ୍ରିୟ ଗ୍ରାହକଙ୍କୁ ଲୋଭାଇବ ଓ ସେମାନେ ଗୋଟିଏ କୁଲ୍ଫିରେ ବିଭିନ୍ନ ଫ୍ଲେଭରର ନିଆରା ମଜା ନେଇପାରିବେ ।

ବାର୍ବିକ୍ୟୁ ନେଶନ ହସ୍ପିଟାଲିଟି ଲିମିଟ୍ଡେର ଆଂଚଳିକ ପରିଚାଳକ ସୁମନ ମୁଖାର୍ଜୀ କହିଛନ୍ତି, କଟକ ସହରରେ ଆମର ପ୍ରଥମ ଆଉଟ୍ଲେଟ୍ ଆରମ୍ଭ କରି ଆମେ ବେଶ୍ ଖୁସି ଅଛୁ ଏବଂ ଏହି ଐତିହାସିକ ସହରରେ ଗ୍ରାହକମାନେ ଖାଇବା ଟେବୁଲ୍ରେ ନିଜ ମନ ପସନ୍ଦର ଖାଦ୍ୟକୁ ଉପଭୋଗ କରାଇବାରେ ଆମକୁ ଚମକ୍ରାର ଅଭିଜ୍ଞତା ଓ ଆନନ୍ଦ ମିଳିବ । ବାର୍ବିକ୍ୟୁ ନେଶନ ନିଜର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଭୋଜନ ଅନୁଭୂତିରେ ସବୁଠୁ ବଢ଼ିଆ ରୋଷେଇ ଭେଟିଦେବ, ଯାହା କେବଳ ସ୍ୱାଦିଷ୍ଟ ଖାଦ୍ୟରେ ନୁହେଁ, ବରଂ ଖାଇବାର ଚମକ୍ରାର ମାହୋଲଟିଏ ମଧ୍ୟ ଦେବ । ଆମେ ଏହି ଆଉଟ୍ଲେଟ୍କୁ ଆସିବା ପାଇଁ ଲୋକମାନଙ୍କୁ ସ୍ୱାଗତ କରିବା ପାଇଁ ଚାହିଁବୁ ଏବଂ ସେମାନଙ୍କୁ ଆମର ଲୋଭନୀୟ ଖାଦ୍ୟ ପରଶିବାର ସୁଯୋଗ ଦେବୁ ।
‘ନିଜେ ନିଜକୁ ଖାଦ୍ୟ ପରଶିବା’ ଶୈଳୀକୁ ପ୍ରଥମେ ଆଣିଥିବା ବାର୍ବିକ୍ୟୁ ନେଶନ ହେଉଛି ଦେଶର ସବୁଠାରୁ ବଡ଼ କାଜୁଆଲ ଡାଇନିଂ ବ୍ରାଣ୍ଡ । ଏହି ରେସ୍ତୋରାଁ ପୂର୍ବ-ନିର୍ଦ୍ଧାରିତ ମେନ୍ୟୁକୁ ନିର୍ଦ୍ଧାରିତ ଦରରେ ଉପଲବ୍ଧ କରାଇଥାଏ । ଏହି ମେନ୍ୟୁ ମଧ୍ୟଯୁଗୀୟ, ଆମେରିକୀୟ, ପ୍ରାଚ୍ୟ, ଏସୀୟ ଓ ଭାରତୀୟ ଖାଦ୍ୟଶୈଳୀରୁ ଆସିଛି । ଗ୍ରାହକମାନେ ନିଜ ନିଜ ଟେବୁଲରେ ବିଭିନ୍ନ ପ୍ରକାର ଆଚାର ଏବଂ ସଅସ୍ ସହ ଷ୍ଟାର୍ଟରରେ କବାବ ବା ସିଖ୍ର ମଜା ନେଇପାରିବେ । ରୁଚିପୂର୍ଣ୍ଣ ମେନ୍ୟୁ ଭେଟିଦେବା ବ୍ୟତୀତ ଏହା ଏଭଳି ମାହୋଲ ଦେବ ଯାହା ଆପଣଙ୍କୁ ସେହି ସମୟର ପୂରା ମଜା ଆଣିଦେବ, ଯେଉଁଠି ଟେବୁଲ ଉପରେ ଲୋଭନୀୟ କବାବ ଆପଣଙ୍କୁ ଲାଇଭ କିଚେନ୍ର ଅନୁଭୂତି ଦେବ ।

କଟକରେ କେଉଁ ସ୍ଥାନରେ ଖୋଲିଲା ଆଉଟଲେଟ୍ ଜାଣନ୍ତୁ:

ସ୍ଥାନ: ବାର୍ବିକ୍ୟୁ ନେଶସ ହସ୍ପିଟାଲିଟି ଲିମିଟ୍ଡେ, ଉପର ଭୂତଳ ମହଲା (ଉପର ଗ୍ରାଉଣ୍ଡ ଫ୍ଲୋର), ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମାର୍ଗ, ପୁରୁଣା ଜେଲ୍ ପରିସର, ଦରଘା ବଜାର, କଟକ, ଓଡ଼ିଶା ୭୫୩୦୦୧
ସମୟ ସୂଚୀ: ଦିନ ୧୨ରୁ ୩ଟା ମଧ୍ୟାହ୍ନଭୋଜନ
ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦ ରାତ୍ରିଭୋଜନ
ମୂଲ୍ୟ: ଦୁଇଜଣଙ୍କ ପାଇଁ ଭୋଜନର ଦାମ୍ ପ୍ରାୟ ୧୪୦୦ ଟଙ୍କା
ଆକାର: ୧୦୮ ଆସନ
ଯୋଗାଯୋଗ: ୦୯୯୫୩୩୧୬୦୬୦

ବାର୍ବିକ୍ୟୁ ନେଶନ ବିଷୟରେ ଜାଣନ୍ତୁ:

୨୦୦୬ରେ ମୁମ୍ବଇରେ ପ୍ରଥମ ଷ୍ଟୋର ଆରମ୍ଭ ହେବାଠାରୁ ବାର୍ବିକ୍ୟୁ ନେଶନ ଖାଇବା ଟେବୁଲରେ ‘ନିଜେ ନିଜକୁ ଖାଦ୍ୟ ପରଶିବା’ ଶୈଳୀକୁ ପ୍ରଥମେ ପ୍ରୋତ୍ସାହିତ କରିଥିବା ଭାରତର ଅଗ୍ରଣୀ ସଂସ୍ଥା ପାଲଟିଛି । ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆନନ୍ଦଦାୟକ ଓ ରୁଚିକର ଭୋଜନ ପରଶିଦେବା ଭଳି ଛୋଟ ପରିକଳ୍ପନା ନେଇ ବାର୍ବିକ୍ୟୁ ନେଶନ ପ୍ରତିଷ୍ଠା କରାଯାଇଥିଲା । ଏହି ପରିକଳ୍ପନା ଏହାର ସବୁ ପ୍ରକାର ସେବାରେ ପ୍ରସାରଲାଭ କରିବା ସହ ଏହି ଫୁଡ୍ ଚେନ୍କୁ ଦ୍ରୁତଗତିରେ ଆଗକୁ ନେଇଥିଲା । ୨୦୦୮ ବେଳକୁ ବାର୍ବିକ୍ୟୁ ଚେନ୍ ଚଣ୍ଡିଗଡ଼, ଦିଲ୍ଲୀ ଏନ୍ସିଆର୍, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଭଳି ଜାଗାରେ ଆଉଟଲେଟ୍ କରି ଭାରତବ୍ୟାପୀ ନିଜର ମହତ୍ତ୍ୱପୂର୍ଣ୍ଣ ଉପସ୍ଥିତି ଜାହିର କରିଥିଲା । ଦେଶବ୍ୟାପୀ ଏହି ଚେନ୍ ଦରଦାମ୍ ସଚେତନ ଭାରତୀୟ ଗ୍ରାହକଙ୍କ ଦ୍ୱାରା ଆଦୃତ ହୋଇଥିଲା । ୨୦୧୫ରେ ବାର୍ବିକ୍ୟୁ ନେଶନ ନିଜ ଆଉଟଲେଟ୍ରେ ‘ଲାଇଭ୍ କାଉଣ୍ଟର’କୁ ଆଣିଥିଲା, ଯେଉଁଠାରେ ସେଫ୍ (ରୋଷେୟା) ଗ୍ରାହକଙ୍କ କହିବା ମୁତାବକ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରୁଥିଲା ।

ଗ୍ରାହକଙ୍କୁ ଅଗ୍ରାଧିକାର ନୀତିରେ ସବୁବେଳେ ରହୁଥିବା ଏହି ରେସ୍ତୋରାଁ ଚେନ୍ ବିଭିନ୍ନ ଆଉଟ୍ଲେଟ୍ଗୁଡ଼ିକରେ ପ୍ରାୟ ସମୟ ଅଭିନବ ଖାଦ୍ୟ ମହୋତ୍ସବ ଆୟୋଜନ କରିଆସୁଛି ଯେଉଁଥିରେ ଗ୍ରାହକଙ୍କୁ ବିଭିନ୍ନ ଆକର୍ଷଣୀୟ ଖାଦ୍ୟ ମିଳିପାରୁଛି । ଏହାର ଏକ ଅଂଶ ହେଉଛି ବଲିଉଡ଼ ବାର୍ବିକ୍ୟୁ ଫୁଡ୍ ଫେଷ୍ଟିଭାଲ । ଆଜି ବାର୍ବିକ୍ୟୁ ନେଶନ ନିଜ ପ୍ରସ୍ତୁତ ଖାଦ୍ୟର ଚମକ୍ରାରିତା ଦେଖାିବା ପାଇଁ ଭାରତରେ ୧୩୮ଟି ଆଉଟ୍ଲେଟ୍, ୟୁଏଇରେ ୪, ମଲେସିଆରେ ୧ ଓ ଓମାନରେ ଗୋଟିଏ ଆଉଟଲେଟ୍ କରିଛି ।

Leave A Reply

Your email address will not be published.