Latest Odisha News

BREAKING NEWS

ବାଲିଯାତ୍ରା ମଞ୍ଚରେ ଆଜି ଧମାକା କରିବେ ସୋନା ମହାପାତ୍ର; ନିଜ ସହ ଗାଇବାକୁ ଏହିମାନଙ୍କୁ ଦେଲେ ନିମନ୍ତ୍ରଣ

କଟକ: ଐତିହାସିକ କଟକ ବାଲିଯାତ୍ରା ତଥା ଏସିଆର ସବୁଠୁ ବଡ଼ ବାଣିଜ୍ୟ ମେଳାର ମଞ୍ଚରେ ରବିବାର ଦିନ ପ୍ରଦର୍ଶନ କରିବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର ।

ଓଡିଆ ଝିଅ ସୋନା ଏକ ଫେସବୁକ ପୋଷ୍ଟ ଜରିଆରେ ଦୁଆ ଲିପି ଓ କାଟି ପେର୍ରୀଙ୍କୁ ଏହି ଐତିହାସିକ ମଞ୍ଚରେ ପ୍ରଦର୍ଶନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଦୁଆ ଲିପି ଓ କାଟି ପେର୍ରୀ ଶନିବାର ମୁମ୍ବାଇ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ବର୍ତ୍ତମାନ ଭାରତରେ ଅଛନ୍ତି।

ସୋନା ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଯେ, କଣ ତୁମେ ମାନେ ଗୀତ ଗାଇବା, ଆମ ଭାରତର ପ୍ରକୃତ ସଙ୍ଗୀତରୁ କିଛି ଶିଖିବା ସହ ଏଠାକାର ରକଷ୍ଟାର ମାନଙ୍କ ସହ ମିଶି ହ୍ୟାଙ୍ଗଆଉଟ କରିବାକୁ ପସନ୍ଦ କରିବ ନାହିଁ? ପ୍ରାୟତଃ ଏହି ଶହଶହ ବର୍ଷ ପୁରାତନ ଉତ୍ସବରେ ଯେଉଁଠି ମୁଁ ଆଜି ପ୍ରଦର୍ଶନ କରୁଛି, ଆପଣମାନେ ସାମିଲ ହେବାକୁ ପସନ୍ଦ କରିବେ” ।

ବଳିଯାତ୍ରା ବିଷୟରେ ସୋନା ବିସ୍ତୃତରେ ଲେଖିଛନ୍ତି ଯେ, “ବାଲିଯାତ୍ରାର ଅର୍ଥ ‘ ଏଠାରୁ ବାଲି କୁ ଯାତ୍ରା। ଏହି ଯାତ୍ରା ଶହ ଶହ ବର୍ଷ ହେବ କଟକ ଠାରେ ଅନୁଷ୍ଠିତ ହୋଇ ଆସୁଛି । ବାଲି ସହ ଜାଭା,ସୁମାତ୍ର ଓ ଶ୍ରୀଲଙ୍କା (ପୂର୍ବ ସିଲୋନ) କୁ ବାଣିଜ୍ୟ ପାଇଁ ଯାତ୍ରା କରୁଥିଲେ ଓଡ଼ିଆ ପୁଅ ମାନେ” ।

“ଏସିଆ ମହାଦେଶରେ ସମୁଦ୍ରରେ ଯାତ୍ରା କରିବା ପାଇଁ ପ୍ରଥମେ ସାହସ ଦେଖାଇଥିଲା କଳିଙ୍ଗ। ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରୁ ଏହି ଉତ୍ସବ ପାଳନ କରାଯାଏ । ଏହା ଏସିଆ ମହାଦେଶର ବ୍ୟାପାର ଓ ସଂସ୍କୃତିର ସବୁଠୁ ବଡ଼ ଉଦାହରଣ ହୋଇଥିଲେ ମଧ୍ୟ ଗଣମାଧ୍ୟମରେ ଏହା ଖୁବକମ ଦେଖାଯାଏ” ବୋଲି ସୋନା ନିଜ ପୋଷ୍ଟରେ ଲେଖିଛନ୍ତି ।

Leave A Reply

Your email address will not be published.