Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ : ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରଥମ ପଯ୍ୟାୟ ମତଦାନ ।  ରାଜ୍ୟରେ ୩୦ ଟି ଜିଲ୍ଲାରେ ୭୧ ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମତଦାନ । ସକାଳ ୭ ଟାରୁ ଦିନ ୧ ଟାଏ ଯାଏ ମତଦାନ ଚାଲିଥିଲା । ଭୋଟର ମାନେ ଆସି ନିଜେ ନିଜେ ମନସ୍ଥ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । କିଛି ଜାଗାରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲେ ସୁଦ୍ଧା ମଧ୍ୟ ପୋଲିସ ପ୍ରଶାସନ ଉପସ୍ଥିତିରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଛି ।

ରାଜ୍ୟରେ ୨୨ ହଜାର ୩୭୯ ବୁଥରେ ମତଦାନ କରିଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ପ୍ରତି ବ୍ଲକ ହେଡ କ୍ୱାର୍ଟରରେ ମହିଳା ମାନଙ୍କ ପାଇଁ ପିଙ୍କ ବୁଥ ଖୋଲାଯାଇଛିା ରାଜ୍ୟରେ ମୋଟ ୧୩ ହଜାର ୭୮୫ ଟି ବୁଥ୍ ସମ୍ବେଦନଶୀଳ ଥିଲା ।ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସମସ୍ତ ବୁଥ ଗୁଡିକରେ କଟକଣା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Comments are closed.