Latest Odisha News

BREAKING NEWS

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ୧ମ ପର୍ଯ୍ୟାୟ ଭୋଟ ଗ୍ରହଣରେ ପ୍ରବଳ ଉତ୍ସାହ

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ ଗ୍ରହଣ । ଯେଉଁ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସେଗୁଡ଼ିକ ହେଲା – କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଏବଂ ବ୍ରହ୍ମପୁର । ପ୍ରବଳ ଉତ୍ସାହ ମଧ୍ୟରେ ଭୋଟଦାତାମାନେ ନିଜ ନିଜର ଏହି ଗଣତାନ୍ତ୍ରିକ ଅଧିକାରକୁ ଭୋଟ ମାଧ୍ୟମରେ ସାବ୍ୟସ୍ତ କରୁଛନ୍ତି ।

ଆଜି ଗୁରୁବାର ଦିନ ସକାଳୁ ଅଧିକାଂଶ ଭୋଟ ଗ୍ରହଣ କେନ୍ଦ୍ରରେ ଭିଡ଼ ଜମାଇଥିବାର ଦୃଷ୍ଟିଗୋଚର ହୋଇଛି । ମାଓ ଉପଦ୍ରୁତ ଅଞ୍ଚଳ ବିଶେଷକରି ନବରଙ୍ଗପୁର ଓ କୋରାପୁଟର ଅନେକ ଭୋଟଗ୍ରହଣ କେନ୍ଦ୍ରରେ ଲମ୍ବା ଧାଡ଼ି ପରିଲକ୍ଷିତ ହୋଇଛି ।

ଆଜି ଓଡ଼ିଶାର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ଲାଗି ଭୋଟଗ୍ରହଣ ଚାଲିଛି । ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଭୋଟଗ୍ରହଣ ଚାଲିବାକୁ ଥିବାବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।

ଗଣତନ୍ତ୍ରର ଏହି ମହାପର୍ବରେ ଆଜି ଯେଉଁ ୪ଟି ଲୋକସଭା ଆସନ ଲାଗି ମତଦାନ ଚାଲିଛି ଏଥିରେ ୨୮ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ୨୮ଟି ବିଧାନସଭା ଆସନ ଲାଗି ମୋଟ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ୧ମ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତସାବ୍ୟସ୍ତ କରୁଛନ୍ତି । ଏହି ମତଦାତାମାନଙ୍କ ମଧ୍ୟରେ ପୁରୁଷ ଭୋଟର୍ ରହିଛନ୍ତି ୨୯ ଲକ୍ଷ ୭୨ ହଜାର ୯୨୫ ଜଣ ଏବଂ ମହିଳା ଭୋଟର ହେଲେ ୩୦ ଲକ୍ଷ ୩୦ ହଜାର ୨୨୨ ଜଣ ।

ମିଳିଥିବା ସୂଚନାନୁଯାୟୀ, ସମସ୍ତ ଭୋଟକେନ୍ଦ୍ରରେ ମତଦାନର ଠିକ୍ ୯୦ ମିନିଟ ପୂର୍ବରୁ ମକ୍ ପୋଲ୍ ପ୍ରକ୍ରିୟା ହୋଇଥିଲା । ଏହାପରେ ସାଧାରଣ ମତଦାତାମାନେ ଧାଡ଼ିରେ ଆସି ନିଜ ନିଜ ମତଦାନ କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.