Latest Odisha News

BREAKING NEWS

ଇଭିଏମ୍ ମେସିନ ଅଚଳ ଯୋଗୁଁ କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦକ୍ଷିଣ ଓଡିଶାର କିଛି ବୁଥରେ ଇଭିଏମ୍ ଓ ଭିଭିପିଏଟି ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ପରବେଡା ହାଇସ୍କୁଲର ବୁଥ୍ ନଂ-୧୬୨, ଲମତପୁର ହାଇସ୍କୁଲର ବୁଥ୍ ନଂ-୭୭, ହନୁମାଳ ହାଇସ୍କୁଲର ବୁଥ୍ ନଂ-୬୮ ଏବଂ ଅଙ୍କଡେଳୀ ଉପା. ହାଇସ୍କୁଲ ବୁଥ୍ ନଂ- ୬୯ରେ ଭୋଟଦାନ ବିଳମ୍ବରେ ହୋଇଥିବା ନେଇ ଜଣାପଡିଛି ।

ସେହିପରି ମାଲକାନଗିରି ଚିତ୍ରକୋଣ୍ଡା ଉପା. ହାଇସ୍କୁଲର ବୁଥ୍ ନଂ- ୨୧୧ ଓ ଏମବି-୧୧, ଏମବି-୩୭, କୋରୁକୋଡା, ମୁଦୁଲିଗୁଡା, ବିବିଗୁଡା ଏବଂ ସିକଲିପାଲିରେ ସମୁଦାୟ ୧୦ଟି ବୁଥରେ ବିଳମ୍ବରେ ଭୋଟ୍ ଗ୍ରହଣ ହୋଇଛି ।

ନବରଙ୍ଗପୁର ଜିଲ୍ଲା ପଦମପୁର ବ୍ଲକର ବୁଥ୍ ସଂଖ୍ୟା- ୧୧୨, ଉମରକୋଟ ବ୍ଲକର ୨ଟି ବୁଥ୍ ଓ ରାୟଗଡ ବ୍ଲକର ଗୋଟିଏ ବୁଥରେ ବିଳମ୍ବରେ ଭୋଟଗ୍ରହଣ ହୋଇଛି ।

ରାୟଗଡ ଜିଲ୍ଲା ରମନଗୁଡା ବ୍ଲକ୍ ଅନ୍ତର୍ଗତ ଦେଉଳ ଗ୍ରାମର ବୁଥ୍ ନଂ-୧୪୪, କଲ୍ୟାଣସିଂହପୁର ବ୍ଲକର ଗୋଟିଏ ବୁଥ୍ ଓ କାଶିପୁର ବ୍ଲକର ଡଙ୍ଗାସିଲ୍ ଗ୍ରାମର ବୁଥ୍ ନଂ-୭୬ ଓ ୮୩ରେ ମଧ୍ୟ ଭୋଟଦାନ ବିଳମ୍ବ ହୋଇଛି ।

ଏହାବ୍ୟତିତ ଜୁନାଗଡ ବ୍ଲକର କୁହୁରା ଓ କଣ୍ଟାମାଳ ଏବଂ କଳାହାଣ୍ଡି ଜିଲ୍ଲାର କଲାମପୁର ବ୍ଲକର ଦେପୁର ଗ୍ରାମର ୨ଟି ବୁଥରେ ମଧ୍ୟ ବିଳମ୍ବରେ ମତଦାନ ହୋଇଛି ।

Leave A Reply

Your email address will not be published.