Latest Odisha News

ଏଥେନା ବୁକସ ପକ୍ଷରୁ ପ୍ରଥମ କବିତା ଆସର ଆୟୋଜିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ କାର୍ଯ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆସରରେ ସୁମିତା ବେହେରା,ସ୍ବର୍ଣ୍ଣଲତା ମହାପାତ୍ର, ଶ୍ୱେତପଦ୍ମା ପାଢ଼ୀ, ଚମକ ଚାନ୍ଦିନୀ ଦାଶ, ସୌଦାମିନୀ ବେହେରା, ଅନିତା ରାୟ, ସାଧନା ପଣ୍ଡା , ସ୍ନେହଲତା ଦାସ ଲେଙ୍କା, ରଶ୍ମି ସାମଲ ପ୍ରମୁଖ ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ ।

ପ୍ରକାଶକ ରାଜ କିଶୋର ଦାସଙ୍କ ପ୍ରତ୍ୟକ୍ଷ୍ୟ ତତ୍ତ୍ୱାବଧାନରେ ଏହି ସାରସ୍ୱତ କାର୍ଯ୍ୟକ୍ରମକୁ ସୁପ୍ରିୟା ପଣ୍ଡା ପରିଚାଳନା କରିଥିବା ବେଳେ ଦେବାଶିଷ ମହାପାତ୍ର ପଠିତ କବିତାଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ପରିଶେଷରେ ସୌଦାମିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.