Latest Odisha News

BREAKING NEWS

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ସିନ୍ଦେ ଫଡ଼ନଭିସଙ୍କ ପ୍ଲାନକୁ ବୁଝିପାରିଲେନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ ନିଜ ବିଧାୟକଙ୍କୁ ବୁଝାଇବାରେ ବିଫଳ ହୋଇଥିବା ଉଦ୍ଧବ ଏବଂ ସଂଜୟ ଏବେ ନିଜ ବିଧାୟକଙ୍କୁ ଗାଳି, ମାଡ ର ଭୟ ଦେଖାଉଛନ୍ତି । ତେବେ ଏବେ ଯାହା ଚର୍ଚା ହେଉଛି ସିନ୍ଦେ ଦିଲ୍ଲୀରେ ଆଇନ ଯୁଦ୍ଧ ଲଢ଼ିବା ସହ ଏବଂ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଗୁଜରାଟ ଯାଇ ଅମିତ ଶାହଙ୍କ ସହ ପ୍ଲାନ କରି ଫେରିଛନ୍ତି । ଏବଂ ମାଡ଼ ଭୟକୁ ନଡରି ଜବାବ ମଧ୍ୟ ଦେଇଛନ୍ତି ଏକନାଥ ସିନ୍ଦେ ।

ମାଡ଼ ଭୟ

ଉଦ୍ଧବଙ୍କ ସରକାରର ସମସ୍ତ ରଣନୀତି ଏବେ ଫେଲ ମାରିଥିବା ବେଳେ ମାଡ଼ ଭୟ ଦେଖାଇଛନ୍ତି ସଂଜୟ ରାଉତ । କେବଳ ସଂଜୟ ରାଉତ ନୁହଁନ୍ତି, ଉଦ୍ଧବ ଠାକରେ ଏବଂ ଅନ୍ୟ ଶିବସେନା ନେତା ମଧ୍ୟ ଏହି ଭୟ ଦେଖାଉଛନ୍ତି ।  ପ୍ରତିଦିନ ଏଣୁ ତେଣୁ ମିଡିଆ ଆଗରେ କହି ଡରାଉଛନ୍ତି । ତେବେ ଏହି ଧମକକୁ ଖାତିର କରୁନାହାଁନ୍ତି ଏକନାଥ ସିନ୍ଦେ କିମ୍ବା ତାଙ୍କୁ ସମର୍ଥନ କରୁଥିବା ବିଧାୟକ ।

ସୁରକ୍ଷା ପାଇଁ ରାଜ୍ୟପାଳ ଲେଖିଲେ ଚିଠି

 ବିଦ୍ରୋହୀ ବିଧାୟକଙ୍କ ପରିବାରର ସୁରକ୍ଷା ପାଇଁ ନିଜେ ରାଜ୍ୟପାଳ କେନ୍ଦ୍ରୀୟ ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି । ସେପଟେ ସଂଜୟ ରାଉତଙ୍କ ଇସାରାରେ କିଛି ଶିବସେନା କର୍ମୀମାନେ ବିଦ୍ରୋହୀ ବିଧାୟକଙ୍କ ଘରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଏବେ କେନ୍ଦ୍ର ସରକାର କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି  ।

 

ସଂଖ୍ୟା ବଢ଼ୁଛି

ଉଦ୍ଧବ ସରକାରଙ୍କ ବିରୋଧରେ ବିରୋଧ ସୃଷ୍ଟି କରିବା ଅସମ୍ଭବ ମନେ ହେଉଥିବା ବେଳେ ତାହା ସମ୍ଭବ କରି ଦେଖାଇଛନ୍ତି ଏକନାଥ ସିନ୍ଦେ । ସିନ୍ଦେଙ୍କ ନେତୃତ୍ବରେ ଯେଉଁ ବିଧାୟକମାନେ ଅଛନ୍ତି ସମସ୍ତେ ହିନ୍ଦୁତ୍ବ ପାଇଁ ଉଦ୍ଧବଙ୍କୁ ପରିତ୍ୟାଗ କରିଛନ୍ତି । ଏଥିରେ ଗୋଟିଏ କଥା ହେଉଛି ଯେ ଉଦ୍ଧବ ଇସ୍ତଫା ଦେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ । କାରଣ ସିନ୍ଦେଙ୍କ ପାଖରେ ବିଧାୟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମନ୍ତ୍ରୀ ଉଦୟ ସାମନ୍ତ ମଧ୍ୟ ଯାଇ ଏବେ ସାମିଲ ହୋଇଛନ୍ତି । ତାଙ୍କୁ ମିଶାଇ ଏବେ 52 ଜଣ ବିଧାୟକ ଗୈାହାଟୀରେ ଅଛନ୍ତି । ଆହୁରି 3 ବିଧାୟକ ଆସିବେ ବୋଲି କହିଛନ୍ତ କେସରକର ।

ଉଦ୍ଧବଙ୍କ ମୁଣ୍ଡ କାମ କରୁନି

ଦିନେ କହୁଥିଲେ ଚୈାକିର ଲୋଭ ନାହିଁ । ଆଜି ମାଡ ଭୟ ଦେଖାଉଛନ୍ତି । 40 ଶିବସେନା ବିଧାୟକ ସିନ୍ଦେଙ୍କୁ ନେତା ଭାବିଥିବାରୁ ଏବେ ସଂଜୟ ରାଉତ ଏବଂ ଉଦ୍ଧବଙ୍କ ବୁଦ୍ଧି କାମ କରୁନାହିଁ । ବିଶେଷ କରି ସିନ୍ଦେଙ୍କ ସହ ବିଦ୍ରୋହୀ ସବୁ ବିଧାୟକ ଆସାମରେ ଥିବାରୁ ସେଠାରେ ଉଦ୍ଧବ ଏବଂ ସଂଜୟଙ୍କ କ୍ଷମତା କିଛି କାମ କରୁନାହିଁ । ତେଣୁ କୋର୍ଟ ଯିବା ବ୍ୟତୀତ ଆଉ ତାଙ୍କ ପାଖରେ ଅନ୍ୟ ଗତି ନାହିଁ ।

ସୁପ୍ରିମକୋର୍ଟରେ ହେବ ଶୁଣାଣି

ମହାରାଷ୍ଟ୍ର ରାଜନୀତିକୁ ସିନ୍ଦେ ଏପରି ସ୍ତରକୁ ନେଇଯାଇଛନ୍ତି ଯେ ଉଦ୍ଧବ ଏବଂ ସଂଜୟଙ୍କ ହୋସ ଉଡିଯାଇଛି । ଧମକ ଚମକ କାମ ନକରିବା ପରେ ଏବେ ଆଇନର ବାଟ କୁ ବାଛିଛନ୍ତି ଉଦ୍ଧବ ସରକାର । ସରକାରକୁ ବଂଚାଇବା ଅସମ୍ଭବ ମନେ ହେଉଥିବା ବେଳେ 16 ବିଧାୟକ ଉପରେ କାର୍ଯ୍ୟାନୁଷ୍ଠାନ, ଅଯୋଗ୍ୟ ପାଇଁ ଉପବାଚସ୍ପତି କାରଣ ଦର୍ଶାଆ ନୋଟିସ ଜାରି କରିଛନ୍ତି । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ସିନ୍ଦେ ଗୋଷ୍ଠୀ ।

ବିଦ୍ରୋହୀ ବିଧାୟକ ମନାଇଲେ ଜନ୍ମଦିନ

ଦୁଇଦିନ ହେଲା ଚର୍ଚା ହେଉଥିଲା ଯେ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଉଦ୍ଧବଙ୍କ ସହ 12 ବିଧାୟକ ରହିବା ପାଇଁ କଥା ହୋଇଛନ୍ତି ତେବେ ଏହାର ଜବାବରେ ବିଦ୍ରୋହୀ ବିଧାୟକମାନେ ନରେନ୍ଦ୍ର ଭୋଂଡେକରଙ୍କର କେକ କାଟି ଜନ୍ମ ଦିନ ମନାଇଥିଲେ ।

https://twitter.com/ANI/status/1541020583177371649?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1541020583177371649%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.jagran.com%2Fpolitics%2Fnational-maharashtra-political-crisis-latest-news-updates-eknath-shinde-sharad-pawar-uddhav-thackeray-shiv-sena-bjp-congress-lb-22837534.html

ରାଜ ଠାକରେଙ୍କ ସହ କଥା ହେଲେ ସିନ୍ଦେ

ପୁଣି ଏକ ବଡ଼ ଖବର ଆସୁଛି ଯେ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ସହ କଥା ହୋଇଛନ୍ତି ବିଦ୍ରୋହୀ ବିଧାୟକ ନେତା ଏକନାଥ ସିନ୍ଦେ । ଏପରି ହୋଇପାରେ ଏମଏନଏସରେ ମିଶ୍ରଣ ହୋଇପାରନ୍ତି ବିଦ୍ରୋହୀ ବିଧାୟକ । ତେବେ ଏସବୁ ଆସନ୍ତା ଦୁଇଦିନ ଭିତରେ ଜଣାପଡିବ ଉଦ୍ଧବ କେବେ ଇସ୍ତଫା ଦେଉଛନ୍ତି ନା ସରକାର ବଂଚାଇବାରେ ସଫଳ ହେଉଛନ୍ତି ।

Leave A Reply

Your email address will not be published.