Latest Odisha News

BREAKING NEWS

୨୦୨୮ ସୁଦ୍ଧା ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ: ଇସ୍ରୋ ମୁଖ୍ୟ ଏସ ସୋମନାଥ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳତା ଦିଗରେ ଗତି କରୁଛି। ତେବେ ଏହି କ୍ଷେତ୍ରରେ ଆଉ ପାଦେ ଆଗେଇ ଯିବା ପାଇଁ ଚେଷ୍ଟା କରୁଛି ଭାରତ । ଖୁବଶୀଘ୍ର ଭାରତ ନିଜସ୍ବ ସ୍ପେସ ସେଣ୍ଟର ସ୍ଥାପନ କରିବ। ୨୦୨୮ ସୁଦ୍ଧା ଏହା ସଫଳ ହୋଇପାରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।ଫରିଦାବାଦରେ ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ଇସ୍ରୋ ମୁଖ୍ୟ।

ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ନିଜର ସ୍ସେସ ଷ୍ଟେସନ ପ୍ରତିଷ୍ଠା କରିବ। ଏହାର ପରୀକ୍ଷଣ ଆସନ୍ତା ବର୍ଷଠାରୁ ଆରମ୍ଭ କରାଯିବ । ତେବେ ୨୦୨୮ ସୁଦ୍ଧା ଭାରତ ନିଜର ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ।୨୦୨୮ ସୁଦ୍ଧା ବେସିକ ମଡେଲ କକ୍ଷ ପଥରେ ସ୍ଥାପିତ କରାଯିବା ନେଇ ଆଶା କରାଯାଉଛି।ତେବେ ୨୦୩୫ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଡିଜାଇନର ସମୀକ୍ଷା କରାଯାଉଥିବା ବେଳେ ଶୀଘ୍ର କାର୍ଯ୍ୟକାରୀ ହେବ ।

ସ୍ସେସ ଷ୍ଟେସନରେ ଏକ କ୍ରୁ କମାଣ୍ଡ ମଡ୍ୟୁଲ, ଡକିଂ ବୋର୍ଡ, ହେବିଟେଟ ମଡ୍ୟୁଲ ଏବଂ ପ୍ରପୋଲ୍ୟୁସନ ମଡେଲ ରହିବ । ଏହାର ଓଜନ ୨୫ଟନ ରହିବ । ୨୦୨୩ ମସିହାରେ ଇସ୍ରୋ ଷ୍ଟାଟଅପ ପାଇଁ ଦ୍ବାର ଖୋଲିଥିଲା ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

 

 

 

 

Leave A Reply

Your email address will not be published.