Latest Odisha News

BREAKING NEWS

ସରକାରୀ ବଙ୍ଗଳା ଖାଲି କଲେ ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର

ନୂଆଦିଲ୍ଲୀ: ବାରମ୍ବାର ନୋଟିସ୍ ପରେ ସରକାରୀ ବଙ୍ଗଳା ଖାଲି କଲେ ବହିଷ୍କୃତ ଟିଏମସି ସାଂସଦ ମହୁଆ ମୋଇତ୍ରା । ଆଜି ଟିଏମସି ନେତ୍ରୀ ମୋଇତ୍ରା ଦିଲ୍ଲୀରେ ରହୁଥିବା ସରକାରୀ ବଙ୍ଗଳା ଖାଲି କରିଛନ୍ତି । ମହୁଆ ମୋଇତ୍ରାଙ୍କ ଦିଲ୍ଲୀ ବଙ୍ଗଳା ଖାଲି କରିବାକୁ ଆଜି ଇଷ୍ଟେଟ ନିର୍ଦ୍ଦେଶାଳୟ ଏକ ଟିମ୍ ପଠାଇଥିଲା । ଏହାପରେ ମୋଇତ୍ରାଙ୍କ ଉକ୍ତ ସରକାରୀ ବଙ୍ଗଳା ଖାଲି କରାଯାଇଛି

ଇଷ୍ଟେଟ ନିର୍ଦ୍ଦେଶାଳୟ ଜାନୁଆରୀ ୭ସୁଦ୍ଧା ସାଂସଦ କୋଟାରେ ମିଳିଥିବା ବଙ୍ଗଳା ଖାଲିବାକୁ ମୋଇତ୍ରାଙ୍କୁ ନୋଟିସ୍ ପଠାଇଥିଲା । ହେଲେ ବଙ୍ଗଳା ଛାଡିବାକୁ ନାରଜ ହୋଇଥିଲେ ଟିଏମସି ନେତ୍ରୀ । ଏହାପରେ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ପୁନର୍ବାର ନୋଟିସ୍ କରାଯାଇଥିଲା ।

ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଗତବର୍ଷ ଡିସେମ୍ବରରେ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ସାଂସଦ ଭାବେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ନୋଟିସ୍ ପଠାଇଥିଲା । ଏହାସତ୍ତ୍ବେ ସେ ବଙ୍ଗଳା ଖାଲି କରିନଥିଲେ ।

 

Leave A Reply

Your email address will not be published.