Latest Odisha News

ପ୍ରଥମ କରି ସହରରେ ପହଞ୍ଚିଲେ ଆଫ୍ରିକାର ଆଦିମ ଜନଜାତି: ରେସ୍ତୋରାଁରେ ଖାଇଲେ ବର୍ଗର

ବିଶ୍ୱର ଅନେକ ଦେଶରେ ଆଜି ବି ବହୁ ଜନଜାତିର ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ ଚାଲିଚଳନରୁ ବାହାରି ପାରି ନାହାନ୍ତି । ଏମିତି କି ସେମାନେ ଶହ ଶହ ବର୍ଷ ଧରି ନିଜର ପରମ୍ପରା ଓ ଚଳଣିକୁ ଜାବୁଡ଼ି ଧରିଥିବାରୁ ସେଥିରୁ ବାହାରିବାକୁ ସେମାନେ ଅନାଗ୍ରହୀ । ସେମାନେ ମନେ କରନ୍ତି ଯେ, ଜଙ୍ଗଲ,ଝରଣା, ପାହାଡ଼, ପର୍ବତ ହେଉଛି ସେମାନଙ୍କ ଜୀବନ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଅପେକ୍ଷା ଜଙ୍ଗଲ ଘେରା ପାହାଡ଼ ପର୍ବତରେ ସେମାନେ ପାଆନ୍ତି ଅଫୁରନ୍ତି ଆନନ୍ଦ । କେବଳ ଭାରତରେ ନୁହେଁ, ଆଫ୍ରିକା ପରି ଦେଶରେ ବି ଜନଜାତିମାନେ ସହର ସହିତ ଯୋଡ଼ି ହେବାକୁ ଅନାଗ୍ରହୀ । ସହରୀ ଜୀବନ କେମିତି, ଖାଦ୍ୟ କ’ଣ ଏବଂ ସେଠାରେ ରୀତିନୀତି କ’ଣ ସେସବୁ ବାବଦରେ ସେମାନେ ଅଜ୍ଞ । ତେବେ ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ଜନଜାତିକୁ ନେଇ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚିତ । ପ୍ରଥମ ଥର ଜଙ୍ଗଲ ଇଲାକାରୁ ବାହାରି କିଛି ଜନଜାତିର ଲୋକେ ସହରରେ ପହଞ୍ôଚ ରେସ୍ତୋଁରାରେ ବର୍ଗର ଖାଉଥିବା ଦେଖିବାକୁ ମିଳିଛି ।

ସାଧାରଣତଃ ମାସାଇ ଜନଜାତି ଦକ୍ଷିଣ ଆଫ୍ରିକାର କେନିଆ ଏବଂ ତାଞ୍ଜାନିଆ ଆଦି ଦେଶର ଘଞ୍ଚ ଜଙ୍ଗଲରେ ରହିଥାନ୍ତି । ଏହି ଜନଜାତିର ଲୋକମାନେ କଞ୍ଚା ମାଂସ, କଞ୍ଚା କ୍ଷୀର, ମହୁ ଇତ୍ୟାଦି ଖାଇବା ସହିତ ପଶୁ ରକ୍ତ ପିଇଥା’ନ୍ତି । କିନ୍ତୁ ବର୍ତ୍ତମାନ ଏହି ଜନଜାତିର ଏକ ପରିବାର ନିଜ ଗାଁ ଛାଡି ସହରରେ ପହଞ୍ଚିଥିଲେ । ସେମାନେ ଏକ ରେସ୍ତୋରାଁରେ ବର୍ଗର ଖାଉଥିବାର ଏକ ଭିଡି଼ଓ ‘ମାସାଇ ବଏଜ’ ନାମକ ଏକ ଚ୍ୟାନେଲରେ ପୋଷ୍ଟ କରାଯାଇଛି ।

ଏହି ଜନଜାତିର ମୁଖ୍ୟଙ୍କ ନାମ ହେଉଛି କାନାୟା । କାନାୟାଙ୍କ ସହିତ ଆଉ କିଛି ଜନଜାତିର ଲୋକେ ଜଙ୍ଗଲରୁ ବାହାରି ସହରରେ ପହଞ୍ôଚଥିଲେ । ସେମାନେ ଏକ ଫାଷ୍ଟଫୁଡ୍ ରେସ୍ତୋରାଁ ଖୋଜି ସେଠାକୁ ଯାଇଥିଲେ । ପରେ ବର୍ଗର ଏବଂ ଚିପ୍ସ ମଗାଇ ଖାଇଥିଲେ । ସେମାନେ ସେମାନଙ୍କ ଭାଷାରେ କଥାବାର୍ତ୍ତା କରୁଥିଲେ । ଏମିତି ଦେଖିଲେ ଅନ୍ୟ ଜନଜାତିଙ୍କ ତୁଳନାରେ ସମୟର ପରିବର୍ତ୍ତନ ସହିତ ଏମାନେ ନିଜକୁ ପରିବର୍ତ୍ତନ କରିପାରିଛନ୍ତି । ସେୟାର ହୋଇଥିବା ଭିଡିଓରେ ଏହି ଜନଜାତି ଇଂରାଜୀ କହୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ରେସ୍ତୋରାଁରେ ସେମାନଙ୍କୁ ଭେଜ୍ ବର୍ଗର, ଚିକେନ୍ ବର୍ଗର, ପନିର ବର୍ଗର୍ ଏବଂ ଫିସ୍ ବର୍ଗର୍ ପରସା ଯାଇଥିଲା । କିନ୍ତୁ ସେମାନେ ମାଛକୁ ଘୃଣା କରୁଥିବା ଦେଖିବାକୁ ମିଳିଥିଲା । ଶେଷରେ ସେମାନେ ଗୋମାଂସ ଓ ପନିର ବର୍ଗର ଖାଇବାକୁ ସ୍ଥିର କଲେ ଓ ଖାଇଲେ ମଧ୍ୟ । ଭିଡିଓରେ ଏହା ଦେଖାଯାଉଛି ଯେ, ବର୍ଗର କିପରି ଖାଆନ୍ତି ସେମାନେ ଜାଣିନାହାନ୍ତି । ସେମାନଙ୍କ ହାବଭାବରୁ ଲାଗୁଥିଲା ଏହାର ସ୍ୱାଦ ସେମାନଙ୍କୁ ଯେମିତି ଅଜବ ଲାଗୁଛି । ଅନେକ ଲୋକ ଏହି ଭିଡିଓକୁ ପ୍ରଶଂସା ବି କରିଛନ୍ତି ।

Comments are closed.