Latest Odisha News

୧୭ ବର୍ଷ ପରେ ପ୍ରଥମ ଥର ପାଇଁ ଅପରାଜେୟ ଟିମ ହେବ ଚାମ୍ପିୟନ

କିଙ୍ଗଷ୍ଟନ ଓଭାଲ: ଦୀର୍ଘ ୧୭ ବର୍ଷ ପରେ ଏଥର ଟି୨୦ ବିଶ୍ୱକପରେ ଏକ ଅପରାଜେୟ ଟିମ ଚାମ୍ପିୟନ ହେବ । ଫାଇନାଲରେ ପ୍ରବେଶ କରିଥିବା ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଏଥର କୌଣସି ମ୍ୟାଚ ନ ହାରି ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବ ୮ଟି ସଂସ୍କରଣରେ ଏଭଳି ଘଟଣା କେବେ ଘଟି ନାହିଁ । ଗ୍ରୁପ ଷ୍ଟେଜରେ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ଶ୍ରୀଲଙ୍କା, ନେଦରଲାଣ୍ଡ, ବାଂଲାଦେଶ ଓ ନେପାଳକୁ ପରାସ୍ତ କରିଥିବା ବେଳେ ସୁପର ଏଇଟରେ ଆମେରିକା, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡକୁ ହରାଇଥିଲା । ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛି ।

ଅପରପକ୍ଷରେ ଭାରତୀୟ ଟିମ ଗ୍ରୁପ ଷ୍ଟେଜରେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇଥିଲା । କାନାଡା ମ୍ୟାଚ ବର୍ଷାରେ ଧୋଇ ହୋଇ ଯାଇଥିଲା । ସେହିପରି ସୁପର ଏଇଟରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇ ସେମିରେ ପ୍ରବେଶ କରିଥିଲା । ସେମିରେ ଇଂଲଣ୍ଡକୁ ହରାଇ ଦଳ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ।

୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଅପରାଜେୟ ଭାରତ ଫାଇନାଲରେ ଇଂଲଣ୍ଡକୁ ହରାଇ ଟାଇଟଲ ହାସଲ କରିଥିଲା । ୧୧ ବର୍ଷ ପରେ ପୂନର୍ବାର ଏ ଭଳି ସୁଯୋଗ ଉପନ୍ନୀତ ହୋଇଛି । ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଡିସେମ୍ବର ୨୦୨୩ରୁ କ୍ରମାଗତ ୧୧ ମ୍ୟାଚରେ ବିଜୟୀ ହୋଇଛି । ଫାଇନାଲ ଜିତିଲେ ଭାରତ ତାର ନିଜ ରେକର୍ଡ ସହ ସମକକ୍ଷ ହେବ । ୨୦୨୧ରୁ ୨୨ ମଧ୍ୟରେ ଭାରତ କ୍ରମାଗତ ୧୨ ମ୍ୟାଚରେ ବିଜୟୀ ହୋଇଥିଲା ।

Leave A Reply

Your email address will not be published.