Latest Odisha News

BREAKING NEWS

ଜମ୍ମୁକାଶ୍ମୀର; ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା

ନୂଆଦିଲ୍ଲୀ: ୩ ବର୍ଷରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ଅଚଳ ହୋଇନି ଇଣ୍ଟରନେଟ୍‌ ସେବା। ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜମ୍ମୁ କାଶ୍ମୀରରେ ସ୍ୱାଧୀନତା ଦିବସରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ପ୍ରଭାବିତ ହୋଇ ନାହିଁ। ଏଥର ସ୍ବାଧୀନତା ଦିବସ ଅବସରରେ ଜାମ୍ମୁ କାଶ୍ମୀରରେ ଶାନ୍ତି ସହକାରେ ସ୍ବାଧୀନତା ଦିବସ ପାଳନ କରାଯାଉଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି।

ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ ବିଜୟ କୁମାର ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ # ସ୍ୱାଧୀନତା ଦିବସରେ ପୂର୍ବରୁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇନାହିଁ।

ତିନି ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହୋଇଛି। ୭୫ତମ ସ୍ୱାଧୀନତା ଦିବସରେ କାଶ୍ମୀରରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ପ୍ରଭାବିତ ହୋଇନଥିବା ଜଣାପଡ଼ିଛି।

Comments are closed.