Latest Odisha News

BREAKING NEWS

ପ୍ରଥମ ଥର ବିଶ୍ୱକପରେ ସମସ୍ତ ଟିମ ଖାତା ଖୋଲିଲେ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଧିରେ ଧିରେ ରୋମାଂଚକ ପର୍ଯ୍ୟାୟରେ ପଂହଚିବାରେ ଲାଗିଛି । ଇତି ମଧ୍ୟରେ ଅନେକଗୁଡିଏ ରେକର୍ଡ ମଧ୍ୟ ଭଙ୍ଗ ହୋଇ ସାରିଛି । ତେବେ ଦୀର୍ଘ ଦିନ ପରେ ଏକ ନିଆରା ରେକର୍ଡ ସୃଷ୍ଟି ହୋଇଛି । ଯାହାକି ଆଇସିସି ତାର ସୋସିଆଲ ମିଡିଆ ଆକାଂଉଟରେ ଶେୟାର କରିଛି । ୩୧ ବର୍ଷ ପରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ସମସ୍ତ ଟିମ ଖାତା ଖୋଲିବାରେ ସଫଳ ହୋଇଛନ୍ତି । ୧୯୯୨ ପରେ ଏହି କୀର୍ତିମାନ ସ୍ଥାପନ ହୋଇଛି । ନ୍ୟୁଜିଲାଣ୍ଡ ଓ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି । ଆଜିର ମ୍ୟାଚରେ ଯିଏ ବିଜୟ ହାସଲ କରିବ ସେ ପଂଏଟ ଟେବୁଲର ଶୀର୍ଷରେ ରହିବ ।

ନେଦରଲାଣ୍ଡ ୩୮ ରନରେ ଦକ୍ଷିଣ ଆଫ୍ରିକାକୁ ଓ ଆଫଗାନିସ୍ତାନ ୬୯ ରନରେ ଇଂଲଣ୍ଡକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ବାଂଲାଦେଶ, ନେଦରଲାଣ୍ଡ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଆଫଗାନିସ୍ତାନ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏଥର ବିଶ୍ୱକପ ରାଉଣ୍ଡ ରବିନ ଲିଗ ଫର୍ମାଟରେ ଖେଳାଯାଉଛି । ଘରୋଇ ପରିବେଶରେ ଭାରତ ଏଥର ବିଶ୍ୱକପ ଜିତିବ ବୋଲି କ୍ରିକେଟପ୍ରେମୀ ଆଶାୟୀ ଅଛନ୍ତି । ଭାରତର ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିଛି ।

Leave A Reply

Your email address will not be published.