Latest Odisha News

BREAKING NEWS

ବାଣୀପୀଠରେ ମହାସମାରୋହରେ ଚାଲିଛ ମା’ ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ 

ଭୁବନେଶ୍ବର: ଚାରିଆଡେ ପୂଜାର ମାହୋଲ । ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ସମଗ୍ର ପରିବେଶ । ଭୁବନେଶ୍ବରର ଅଧିକାଂଶ ସ୍ଥାନରେ ମା’ ଦୁର୍ଗାଙ୍କ ପୂଜା କରାଯାଉଥିବାବେଳେ, ଏଥିରୁ ବାଦ ପଡିନି ଉତ୍କଳ ବିଶ୍ବବିଦ୍ୟାଳୟ ।୧୯୭୪ ମସିହାରୁ ନିରବିଛିନ୍ନ ଭାବେ ପାଳିତ ହୋଇଆସୁଥିବା ଏହି ପୂଜା ସହିତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ଏବଂ କାଳୀପୂଜା ମଧ୍ୟ ଯୋଡ଼ିହୋଇଯାଇଛି । ତେବେ ଚଳିତବର୍ଷ ବିଶ୍ବବିଦ୍ୟାଳୟର ଦୁର୍ଗାପୂଜାର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋରେ ପାଳନ କରାଯାଉଛି । ଏଥିରେ ବହୁସଂଖ୍ୟାରେ ଶିକ୍ଷକ, କର୍ମଚାରୀ, ପୁରାତନ ପ୍ରଫେସର ଏବଂ ଛାତ୍ରଛାତ୍ରୀ ମାନେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି ।

ଏହି ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଦୁର୍ଗାପୂଜା ସମିତିର ସଭାପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ପୂଜା ସମିତିର ସମ୍ପାଦକ ପ୍ରଫେସର ପ୍ରବୋଧ କୁମାର ହୋତା, ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଫେସର କବିର ମୋହନ ସେଠୀ, ସୁଜିତ ଆଚାର୍ଯ୍ୟ, ରଞ୍ଜନ ସାମଲ, ଶରତ ମିଶ୍ର, ଅନନ୍ତ ନାୟକ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ଉଦ୍ୟମ ପ୍ରଶଂସନୀୟ ।

ମା’ ଦୁର୍ଗାଙ୍କ ପୂଜାକୁ ନିଷ୍ଠାର ସହ ପାଳନ କରିବା ସଙ୍ଗେ, ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଉଛି । ଏଉ ଏହି ଭଜନ ସମାରୋହରରେ ବିଶ୍ବ ବିଦ୍ୟାଳୟର କର୍ମକର୍ତ୍ତା ଙ୍କୁ ବାଦ ଦେଲେ ବହୁ ଶ୍ରଦ୍ଧାଳୁ ମଧ୍ୟ ସାମିଲ ହେଉଛନ୍ତି । ଏହା ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶୈକ୍ଷିକ ବାତାବରଣ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.