Latest Odisha News

ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫାତିମା ବିବିଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଥମ ମହିଳ ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଫାତିମା ବିବି ଆଉ ନାହାନ୍ତି । ଗୁରୁବାର କେରଳର ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା । ତାଙ୍କର ବିୟୋଗରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୋକ ପ୍ରକାଶ କରିଛନ୍ତି ।

ଫାତିବା ବିବି କେବଳ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ନ ଥିଲେ, ଉଚ୍ଚ ନ୍ୟାୟପାଳିକାରେ ପ୍ରଥମ ମହିଳା ମୁସଲମାନ ତଥା ସମଗ୍ର ଏସିଆ ଦେଶରେ ପ୍ରଥମ ମହିଳା ଥିଲେ ଯିଏ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ଆସୀନ ଥିଲେ । ଫାତିମାଙ୍କ ଜନ୍ମ ୧୯୨୭ ଏପ୍ରିଲ ୩୦ ତାରିଖରେ କେରଳରେ ହୋଇଥିଲା । ୬ଭଉଣୀ ଏବଂ ଦୁଇ ଭାଇଙ୍କ ମଧ୍ୟରେ ଫାତିମା ସବୁଠାରୁ ବଡ ଥିଲେ । ପଠାନମଥିଟ୍ଟାରେ ୧୯୪୩ରେ ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ ।

ତ୍ରିବେନ୍ଦ୍ରମରେ ଉଚ୍ଚଶିକ୍ଷା ପ୍ରାପ୍ତ କରିଥିଲେ । ସେଠାରେ ୬ ବର୍ଷ ମଧ୍ୟରେ ବିଏସସି, ୟୁନିଭର୍ସିଟି କଲେଜ, ତିରୁବନନ୍ତପୁରମର ସରକାର ଲ କଲେଜରେ ଆଇନ ପାଠ ପଢିଥିଲେ । ୧୯୮୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହା ପୂର୍ବରୁ ସେ ୧୯୮୩ରେ କେରଳ ହାଇକୋର୍ଟରେ ଜଜ ପଦବୀରେ ନିଯୁ୍କ୍ତି ପାଇଥିଲେ । ସେଠାରେ ୬ ବର୍ଷ ସେବା ଦେବା ପରେ ଅବସର ନେଇଥିଲେ ।

ଏହାର ୬ ମାସ ପରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୧୯୯୩ରେ  ରାଷ୍ଟ୍ରିୟ ମାନବାଧିକାର ଆୟୋଗର ସଦସ୍ୟ ତାଙ୍କୁ ଦାୟିତ୍ୱ ଦିଆ ଯାଇଥିଲା । ସେ ୧୯୯୭ରୁ ୨୦୦୧ ତାମିଲନାଡୁ ରାଜ୍ୟପାଦ ପଦବୀରେ ଆସୀନ ଥିଲେ ।

Leave A Reply

Your email address will not be published.