Latest Odisha News

ପୁରୀରୁ ପାତାଳି ଶ୍ରୀକ୍ଷେତ୍ରକୁ ଆସିଲା ସୁଭଦ୍ରାଙ୍କ ରଥ ଚକ

ସୁବର୍ଣ୍ଣପୁର :  ଶ୍ରୀକ୍ଷେତ୍ର ପୁରୀରୁ ଆସିଲା ଦେବୀ ସୁଭଦ୍ରାଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର ପୁରୀରୁ ଦେବୀ ସୁଭଦ୍ରା ଙ୍କ ରଥରେ ଲାଗିଥିବା ଏକ ଚକ ଆସିଛି । ଏହା କୁ ନେଇ ଆସିଥିବା ଗାଡ଼ି ଟି ପ୍ରଥମେ ସୁବର୍ଣ୍ଣପୁର ସହର ତେଲନଦୀ ପୋଲ ନିକଟରେ ପହଞ୍ଚିଥିଲା  ।

ଏହାପରେ  ଜିଲ୍ଲାପାଳ ବିମଳେନ୍ଦୁ ରାୟ ,  ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଓ ସୋନପୁରବାସୀ ପ୍ରମୂଖ ଏହାକୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ । ପରେ ଗାଡ଼ିଟି ସୋନପୁର ସହର ଭ୍ରମଣ କରିଥିଲେ  । ତାପରେ ଏହା ପାତାଳୀ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଥିଲା । ବର୍ତ୍ତମାନ  ସାଧାରଣ ଭକ୍ତ ମାନେ ଏହାକୁ ଦର୍ଶନ କରିପାରିବେ  । ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.