Latest Odisha News

BREAKING NEWS

ବିଚିତ୍ର ଦୃଶ୍ୟ: ଗରମ ତେଲରେ ପଡ଼ିବା କ୍ଷଣି ବଞ୍ଚି ଉଠିଲା ମଲା ମାଛ

ବିଚିତ୍ର ଏ ବିଶ୍ୱ । ବିଚିତ୍ର ବିଶ୍ୱର ବିଚିତ୍ର ଦୃଶ୍ୟ ଏବେ ସମସ୍ତଙ୍କ ଆଖି ସାମ୍ନାରେ । ବିଶ୍ୱରେ ଏମିତି କିଛି ଜିନିଷ ନାହିଁ ଯାହା ଇଣ୍ଟରନେଟ ସହାୟତାରେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏମିତି ଏକ ବିଚିତ୍ର ଦୃଶ୍ୟ ଆପଣଙ୍କୁ ଦେଖାଇବୁ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆପଣ ଜାଣିଥିବେ, ମାଛକୁ ପାଣିରୁ କାଢିଲେ ତାର ଆୟୁଷ ଅଳ୍ପ କେଇ ମୁହୂର୍ତ୍ତର । ପାଣି ବିନା ସେ ବଞ୍ଚି ପାରିବନି ।  ଏକ ମଲା ମାଛକୁ ତେଲରେ ପକାଇବା କ୍ଷଣି ସେ ଯଦି ବଞ୍ଚି ଉଠେ ବୋଲି କୁହାଯାଏ ତେବେ ଏହାକୁ ଆପଣ ବିଶ୍ୱାସ କରିବେ ? ବିଲକୁଲ ନୁହେଁ । ହେଲେ ଏମିତି ଏକ ଅବିଶ୍ୱାସଯୋଗ୍ୟ କଥା ଏବେ ସାମ୍ନାକୁ ଆସିଛି । ମଲା ମାଛକୁ ଗରମ ତେଲ ତାୱାରେ ପକାଇବା କ୍ଷଣି ତାହା ଜିଇଁ ଉଠିଛି । ଆଉ ଏହାର ଭିଡିଓ ଏବେ ସୋସିଆଲ ମିଡିଆାରେ ଭାଇରାଲ ହୋଇଛି । ଜାଣୁନ୍ତୁ ପୁରା ଖବର କ’ଣ !

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ମାଛ ଭାଜିବା ପାଇଁ ଏଥିରେ ମସଲା ଗୋଳାଇ ରଖିଛନ୍ତି । ଏପଟେ ଗ୍ୟାସରେ ଚୁଲା ଅନ କରି ତାୱା ଗରମ ବି କରିଛନ୍ତି । ବ୍ୟକ୍ତି ଜଣକ ତେଲ ତାତିବା କ୍ଷଣି ମସଲା ଦିଆ ମାଛି ତାୱାରେ ପକାନ୍ତି, ହଠାତ ମାଛଟି ଜିଇଁ ଉଠିବା ଦେଖିବାକୁ ମିଳିଛି । ପ୍ୟାନ ଉପରେ ମାଛଟି ଛଟପଟ ହେଉଥିବା ଦେଖିବାକୁ ମିଳୁଛି। ବ୍ୟକ୍ତି ଜଣକ ତୁରନ୍ତ ତାୱାକୁ ଚୁଲା ଉପରୁ କାଢି ଆଣି  ତଳେ ରଖିଲେ । ଏ ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଛଟି କିଛି ସମୟ ଧରି ଗରମ ତାୱାରେ ଏମିତି ଛଟପଟ ହେବା ଦୃଶ୍ୟ ଅନେକ ୟୁଜର୍ସ ବିଶ୍ଠାସ କରିପାରୁ ନାହାନ୍ତି ।

ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋ୍‌ଇଛି । ଯିଏ ଦେଖୁଛି ଆଶ୍ଚର୍ଯ୍ୟର ସୀମା ରହୁନି । କାରଣ ପାଣିରୁ ବାହାରିବା କ୍ଷଣି ଯେଉଁ ମାଛର ମୃତ୍ୟୁ ଘଟେ ଏତେ ସମୟ ଧରି ବାହାରେ ସେ କେମିତି ବଞ୍ଚି ପାରିଥିଲା ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ।

Leave A Reply

Your email address will not be published.