Latest Odisha News

BREAKING NEWS

ମହିଳାମାନେ ପୂଜା କରୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଲା ଶିବ ମନ୍ଦିର

ନୂଆଦିଲ୍ଲୀ: ପୂଜା କରୁଥିବା ବେଳେ ଭୁଶୁଡ଼ି ପଡ଼ିଲା ଶିବ ମନ୍ଦିର। ମନ୍ଦିର ଭିତରେ ଫସି ରହିଗଲେ ମହିଳା। ଏଭଳି ଘଟଣା ଘଟିଛି ରାଜସ୍ଥାନ କରୌଲିର ସପୋତ୍ର ବଜାରରେ। ଆଜି ସକାଳେ କିଛି ମହିଳା ନିକଟସ୍ଥ ଏକ ଶିବ ମନ୍ଦିରରେ ପୂଜା କରୁଥିଲେ। ଏହି ସମୟରେ ଡ୍ରେନ୍ ସଫା କାମ ପାଇଁ ଆସିଥିବା ଏକ ଡୋଜର ଦୁର୍ଘଟଣାବସତଃ ମନ୍ଦିରକୁ ଧକ୍କା ଦେବାରୁ ହଠାତ୍ ଶିବମନ୍ଦିରଟି ଭୁଶୁଡ଼ି ପଡ଼ିଥିଲା। ଏଥିରେ କିଛି ମହିଳା ଚାପି ହୋଇ ରହିଯାଇଥିଲେ।

ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳର ଏକ ଟିମ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ୪ ମହିଳାଙ୍କୁ ଉଦ୍ଧାର କରିଥିଲା। ଆହତ ମହିଳାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ମନ୍ଦିର ଭୁଶୁଡ଼ି ପଡ଼ିବାରୁ ସେଠାରେ ଅବରୋଧ ସୃଷ୍ଟି ହୋଇଛି। ମେସିନ ଲଗାଇ  ପଥ ପରିସ୍କାର କରାଯାଉଥିବା ବେଳେ ମାମଲାରେ ପୁଲିସ  ତଦନ୍ତ କରିଛି କି ନାହିଁ ଜଣାପଡ଼ି ନାହିଁ।

ସୂଚନା ଥାଉକି କରୌଲିର ଉକ୍ତ ସ୍ଥାନରେ ଗତକିଛି ମାସ ହେଲା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଡ୍ରେନ୍ ସଫା ଠାରୁ ଆରମ୍ଭ କରି ରାସ୍ତା ପରିଷ୍କାର କାମ ଜାରି ରହିଛି। ମଙ୍ଗଳବାର ଏକ ଡୋଜର ନାଳ ପରିସ୍କାର କରିବାକୁ ଆସିଥିବା ବେଲେ ଏଭଳି ଦୁର୍ଘଟଣା ଘଟିଛି।

Leave A Reply

Your email address will not be published.