Latest Odisha News

BREAKING NEWS

ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍, ଠିକଣା ବିଷୟରେ ସୂଚନା ଦେଲେ ଭଣଜା

ନୂଆଦିଲ୍ଲୀ: ଦ୍ୱିତୀୟ ବିବାହ କଲା ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମ୍। ଏଥର ଜଣେ ପାକିସ୍ତାନ ମହିଳାଙ୍କୁ ବିବାହ କରିଛି ଦାଉଦ୍। ଦାଉଦର ଭଉଣୀ ହସୀନା ପାରକରଙ୍କର ପୁଅ ଅର୍ଥାତ୍ ଦାଉଦର ଭଣଜା ଏହି ଖୁଲାସା କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ସମ୍ମୁଖରେ ଏହି ଖୁଲାସା କରିଛନ୍ତି ଦାଉଦର ଭଣଜା ଅଲୀ ଶାହ।

ତେବେ ଦାଉଦ୍‌ ଏପର୍ଯ୍ୟନ୍ତ ତାର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ନାହିଁ ବୋଲି ଅଲୀ ଶାହ ସୂଚନା ଦେଇଛନ୍ତି। ଦାଉଦ୍ ଇବ୍ରାହିମ୍‌ରେ ଆତଙ୍କବାଦ ନେଟୱର୍କ ସହ ସଂଶ୍ଳିଷ୍ଠ ଲୋକମାନଙ୍କୁ ଧରିବା ପାଇଁ ଏନ୍‌ଆଇ ଅନେକ ସ୍ଥାନରେ ଚଢାଉ କରିଥିଲା। ଏଥିରେ କିଥି ଲୋକଙ୍କୁ ଗରିଫ ମଧ୍ୟ କରାଯାଇଥିଲା। ଏହି ସମୟରେ ଦାଉଦ ଭଣଜା ଅଲୀ ଶାହ ଏନ୍‌ଆଇଏ ଆଗରେ ଏହି ସୂଚନା ଦେଇଥିଲେ।

ଏହି ଘଟଣାରେ ଏନ୍‌ଆଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ଦାଉଦର ଦ୍ୱିତୀୟ ବିବାହ କଥା ଉଲ୍ଲେଖ ରହିଛି। ଏନ୍ଆଇର ଏହି ଚାର୍ଜଶିଟ୍‌ ସାମ୍ନାକୁ ଆସିବା ପରେ ପରେ ଗଣମାଧ୍ୟମରେ ଦାଉଦ୍‌ର ଦ୍ୱିତୀୟ ବିବାହ କଥା ଜଣାପଡ଼ିଛି।

ଏନ୍‌ଆଇକୁ ଏସୂଚନା ଦେଇ ଅଲୀ କହିଛନ୍ତି ଦାଉଦ୍‌ ପ୍ରଥମ ପତ୍ନୀ ମେହଜାବୀନ ଶୈଖ୍‌ଙ୍କୁ ଇସ୍ତଫା ଦେଇ ନାହାନ୍ତି। ଅଲୀ ଶାହଙ୍କ ଅନୁସାରେ ମେହଜାବୀନ ଉପରେ ଏନ୍‌ଆଇର ନଜର ହଟାଇବାକୁ ଦାଉଦ୍‌ ଏପରି କରିଥାଇପାରେ। ଅଲୀ ଶାହଙ୍କ ସୂଚନା ଅନୁସାରେ ଜୁଲାଇ ୨୦୨୨ରେ ଦୁଇବା ଠାରେ ସେ ଦାଉଦ୍‌ର ପ୍ରଥମ ପତ୍ନୀ ମେହଜାବୀନଙ୍କୁ ଭେଟିଥିଲେ।

ସେ ହିଁ ତାଙ୍କୁ ଦାଉଦ୍‌ଙ୍କର ଦ୍ୱିତୀୟ ବିବାହ କଥା କହିଥିଲେ। ତା ସହ ମେହଜାବୀନ ହ୍ୱାଟ୍ସଆପ୍ ମାଧ୍ୟମରେ ଭାରତରେ ଥିବା ଦାଉଦର ସମ୍ପର୍କୀୟଙ୍କ ସହ କଥା ହେଉଛନ୍ତି ବୋଲି ଅଲୀ ଶାହ ସୂଚନା ଦେଇଛନ୍ତି। ସେହିପରି ଦାଉଦର ବର୍ତ୍ତାନର ଠିକଣା ବିଷୟରେ ସୂଚନା ଦେଇ ଅଲୀ ଶାହ କହିଛନ୍ତି ଯେ ଦାଉଦ ବର୍ତ୍ତମାନ କରାଚୀରେ ରହୁଛି।

 

 

Leave A Reply

Your email address will not be published.