ନ୍ୟୁୟର୍କ: ଗଭୀର ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ନିକଟରେ ମତ୍ସ୍ୟଜୀବୀମାନେ ଯୁକ୍ତରାଷ୍ଟ୍ରର ଏକ ହ୍ରଦରୁ ଏକ ବିରାଟ ମାଛ ଉଦ୍ଧାର କରିଛନ୍ତି । ଏହାର ଓଜନ ଚଉଦ ବର୍ଷର ପିଲା ପରି ଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ମାଛର ପେଟରେ ଲକ୍ଷାଧିକ ଅଣ୍ଡା ଥିବା ଦେଖିବାକୁ ମିଳିଛି ।
ଆମେରିକାର ଓକାଲୋହୋମାସ୍ଥିତ ଚେରୋକିସ୍ ଗ୍ରାଣ୍ଡ ହ୍ରଦରୁ ଏକ ବିରାଟ ମାଛ ଉଦ୍ଧାର କରାଯାଇଛି । ବ୍ରିଆନ୍ ବେକର୍ ନାମକ ଜଣେ ବ୍ୟକ୍ତି ହ୍ରଦରୁ ଏହି ବିଦେଶୀ ମାଛ ଧରିଛନ୍ତି । ଏହାର ପେଟରେ ଲକ୍ଷାଧିକ ଅଣ୍ଡା ରହିଛି । ଯଦି ଏହି ମାଛ ଅଣ୍ଡା ଦେଇଥାନ୍ତା, ତେବେ ୧୦ ଲକ୍ଷର ବିଦେଶୀ ମାଛ ହୋଇଥାନ୍ତେ । ତେବେ ହ୍ରଦର ଇକୋସିଷ୍ଟମ୍ ଖରାପ ହୋଇଥାନ୍ତା । ସାଧାରଣତଃ ଏହି ପ୍ରଜାତିର ମାଛଗୁଡ଼ିକ ଆକାରରେ ବହୁତ ବଡ । ଏହି ବିଶାଳ ମାଛର ଓଜନ ୫୩ କିଲୋଗ୍ରାମ ଥିଲା । ଦେଖିବାକୁ ଗଲେ ଏହା ଏକ ଚଉଦ ବର୍ଷର ପିଲା ପରି ।
ବ୍ରିଆନ କହିଛନ୍ତି, ସେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସମୁଦ୍ରରୁ ଜାଲ କାଢିବାରୁ ତାହା ଓଜନ ଲାଗିଥିଲା । ଯେତେ ଚେଷ୍ଟା କଲେ ବି ଜାଲକୁ କାଢି ପାରି ନ ଥିଲେ । ପରେ ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀଙ୍କୁ ଡ଼ାକିଲେ । ସେମାନେ ଆସି ଜାଲ ଉପରକୁ କାଡିବା ପରେ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ବଡ଼ ମାଛ କେବେ ସେମାନେ ଦେଖି ନ ଥିଲେ । ଏହି ମାଛର ପେଟରୁ ୧୧ ନିୟୁତ ଅଣ୍ଡା ବାହାରିଥିଲା । ଏହା ଏକ ବିଦେଶୀ ପ୍ରଜାତିର ମାଛ, ଯାହା ପୂର୍ବ ଏସିଆରେ ଦେଖାଯାଇଥାନ୍ତି । ଯଦି ଏହି ମାଛ ଅଣ୍ଡା ଦେଇଥାନ୍ତେ,ତେବେ ଏହି ହ୍ରଦ ଏପରି ମାଛରେ ପରିପୂର୍ଣ୍ଣ ହୋଇଥାନ୍ତା । ଯଦି ଏହା ହୋଇଥାନ୍ତା, ତେବେ ଏହି ଅଞ୍ଚଳରେ ଅନେକ କ୍ଷତି ହୋଇଥାନ୍ତା । ଏହା ପୂର୍ବରୁ ମାଛଟି ଧରାପଡ଼ିଗଲା ।
Comments are closed.