Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟାର ଲରେନ୍ସକୁ ପଚରା ଉଚରାରେ ଖୁଲାସା: ଟାର୍ଗେଟ ଲିଷ୍ଟରେ ସଲମାନ, ମୁସେୱାଲ ମ୍ୟାନେଜର ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ସୋମବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରିବା ପରେ ଚଂଚଲ୍ୟକର ଖୁଲାସା କରିଛି । ଲରେନ୍ସର ଟାର୍ଗେଟ ଲିଷ୍ଟରେ ବଲିଉଡ ଅଭିନେତା ସଲମାନ ଖାଁ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମ୍ୟାନେଜର ଶଗନପ୍ରୀତ ଶୀର୍ଷରେ ରହିଛନ୍ତି । ଏହା ବ୍ୟତୀତ ଅତୀକ-ଅଶରଫ ହତ୍ୟାରେ ଲରେନ୍ସର ହାତ ଥିବା କିଛି ପ୍ରମାଣ ମଧ୍ୟ ହସ୍ତଗତ ହୋଇଛି । କୃଷ୍ଣସାର ମୃଗ ମାମଲାରେ ଲରେନ୍ସ ଗ୍ୟାଙ୍ଗ ଦୀର୍ଘ ଦିନ ଧରି ସଲମାନଙ୍କ ଉପରେ ରାଗ ରଖିଛନ୍ତି । ସେହିପରି ସାଥୀ ଭିକ୍କି ମିଡୁଖେଡା ହତ୍ୟା ପଛରେ ଶଗନପ୍ରୀତ ହାତ ଥିବା ଯୋଗୁ ସେ ମଧ୍ୟ ଟାର୍ଗେଟରେ ରହିଛନ୍ତି । ଅତୀକ-ଅଶ୍ରଫ ହତ୍ୟାରେ ବ୍ୟବହୃତ ହୋଇଥିବା ଜିଗାନା ପିସ୍ତଲ ଲରେନ୍ସ ଗ୍ୟାଙ୍ଗ ସେମାନଙ୍କୁ ଯୋଗାଇଥିଲା ।

BjdElectrycity

ଏନଆଇଏ ପଚରାଉଚରାରୁ ଜଣାପଡିଛି ୨୦୨୧ରେ ଆମେରିକାରୁ ଗୋଲ୍ଡି ଗ୍ୟାଙ୍ଗ ମାଧ୍ୟମରେ ଗୋଗୀ ଗ୍ୟାଙ୍ଗକୁ ୨ଟି ଜିଗାନା ପିସ୍ତଲ ଦେଇଥିଲା । ଜେଲରେ ରହିବା ସତ୍ୱେ ଲରେନ୍ସ ଗ୍ୟାଙ୍ଗର ନେଟୱର୍କ ପୂର୍ବଭଳି କାର୍ଯ୍ୟ ରଖିଛି । ଏବେ ଏନଆଇଏ ଟିମ ୟୁପିରେ ପଂହଚି ପଚରାଉଚରା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଲରେନ୍ସ ସହ ଥିବା ୧୫୦ରୁ ଅଧିକ ଶୁଟରଙ୍କୁ ପୋଲିସ ଗିରଫ କରି ସାରିଛି ।

Leave A Reply

Your email address will not be published.