Latest Odisha News

BREAKING NEWS

୩୩ଟି ମାଛର ଦାମ୍ କୋଟିଏ ଟଙ୍କା

ବାଲେଶ୍ୱର: ୩୩ଟି ମାଛ କୋଟିଏ ଟଙ୍କାରେ ବିକ୍ରି ହୋଇଛି। ଏହା କୌଣସି ବାହାରେ ନୁହେଁ, ବରଂ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଦିଘା ମୁହାଣରୁ ଏହିପରି କଥା ସାମ୍ନାକୁ ଆସିଛି। ମସ୍ତ୍ର୍ୟଜୀବୀ ହାତରେ ଧରାପଡ଼ିଥିଲା ତେଲିଆ ଭୋଲା ମାଛ।

ମା’ ବାସନ୍ତୀ ନାମକ ଏକ ଟ୍ରେଲରେ କିଛି ମସ୍ତ୍ର୍ୟଜୀବୀ ସମୂଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଗତକାଲି ସେମାନେ ୩୩ଟି ତେଲିଆ ଭୋଲା ମାଛ ଧରି ଫେରିଥିଲେ। ମସ୍ତ୍ର୍ୟଜୀବୀ ଧରିଥିବା ୩୩ଟି ତେଲିଆ ଭୋଲା ମାଛକୁ କୋଟିଏ ଟଙ୍କାରେ ବିକ୍ରି କରିଛନ୍ତି। ବଜାରରେ ତେଲିଆ ଭୋଲା ମାଛର କିଲୋ ପ୍ରତି ଦର ୧୨,୬୦୦ଟଙ୍କା ରହିଛି। ମାଛଗୁଡ଼ିକୁ କୋଲକାତାର ଏକ କମ୍ପାନୀକୁ ବିକ୍ରି କରି ଦିଆଯାଇଥିଲା।

ଏହି ମାଛ ବିଦେଶକୁ ରପ୍ତାନୀ କରାଯାଇଥାଏ। ସେଠାରେ ଏହି ମାଛରେ ମେଡ଼ିସିନ ତିଆରି ହୋଇଥାଏ ବୋଲି ଜଣାଯାଇଛି।

Comments are closed.