Latest Odisha News

BREAKING NEWS

କୋଭାକ୍ସିନକୁ କେବେ ମିଳିବ ‘ହୁ’ ର ମଞ୍ଜୁରୀ?

ନୂଆଦିଲ୍ଲୀ: କେବେ ମିଳିବ କୋଭାକ୍ସିନକୁ ‘ହୁ’ ର ମଞ୍ଜୁରୀ? ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଦିନ କହିଛି ଯେ ଜରୁରୀକାଳୀନ ବ୍ୟବହାର ପାଇଁ ଟିକା ସୁପାରିଶ କରିବା ପୂର୍ବରୁ କୋଭିଡ-୧୯ ଟିକା ‘କୋଭାକ୍ସିନ’ ସମ୍ବନ୍ଧରେ ଭାରତ ବାୟୋଟେକରୁ ଅତିରିକ୍ତ ସ୍ପଷ୍ଟୀକରଣ ଆବଶ୍ୟକ।

ଜରୁରୀକାଳୀନ ବ୍ୟବହାର ତାଲିକା ପାଇଁ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (TAG-EUL) ହେଉଛି ଏକ ସ୍ବାଧୀନ ପରାମର୍ଶଦାତା ଗୋଷ୍ଠୀ ଯାହାକି EUL ପ୍ରଣାଳୀ ଅନୁଯାୟୀ ଜରୁରୀକାଳୀନ ବ୍ୟବହାର ପାଇଁ କୋଭିଡ୍-୧୯ ଟିକା ତାଲିକାଭୁକ୍ତ ହୋଇପାରିବ କି ନାହିଁ ଏ ନେଇ ‘ହୁ’ ସୁପାରିଶ କରିଥାଏ ବୋଲି ‘ହୁ’ କହିଛି।

‘ହୁ’ କହିଛି ଯେ TAG  ବୈଠକ କରି ନିଷ୍ପତ୍ତି ନେଇଛି ଯେ ଟିକାର ବ୍ୟବହାର ପାଇଁ ଟିକା ନିର୍ମାତାଙ୍କଠାରୁ ଅତିରିକ୍ତ ସ୍ପଷ୍ଟୀକରଣ ଆବଶ୍ୟକ।

‘ହୁ’ କହିଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଭାରତ ବାୟୋଟେକ୍ ଠାରୁ ଏହି ସ୍ପଷ୍ଟୀକରଣ ଗ୍ରହଣ କରିବ ବୋଲି ଆଶା କରୁଛି।

Leave A Reply

Your email address will not be published.