Latest Odisha News

BREAKING NEWS

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ 

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ । ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ ପ୍ରତିବାଦ କରାଯାଇଛି ।

ଗୋପାଳପୁର ସମୁଦ୍ର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ବିଚ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ବିରୋଧୀ କରିଛନ୍ତି ସ୍ଥାନୀୟ ମତ୍ସଜୀବୀ । ବ୍ଲୁ-ଫ୍ଲାଗ ବିଚ୍ କାମ ଆରମ୍ଭ ହେବା ପୂର୍ବରୁ ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋପାଳପୁର ମତ୍ସଜୀବୀ ।

ଗୋପାଳପୁର ବିଚ୍ ବ୍ଲୁ-ଫ୍ଲାଗ୍ ହେଲେ ମତ୍ସଜୀବୀଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି ।

Leave A Reply

Your email address will not be published.