Latest Odisha News

BREAKING NEWS

ମହାନଦୀରେ ମାଛ ଧରା ବନ୍ଦ, କଟକଣା ଜାରି କଲା ବନ ବିଭାଗ

କଟକ: ମହାନଦୀ ଉପରେ ଚାଲିବନି ଡଙ୍ଗା କଟକଣା ଜାରି କଲା ବନ ବିଭାଗ । କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି । କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ବନ୍ଦ ରହିବ ।

ଜାନୁୟାରୀ ୫ରୁ ୯ ମଧ୍ୟରେ କୁମ୍ଭୀରମାନଙ୍କର ବାର୍ଷିକ ଗଣନା ପାଇଁ ଏହି କଟକଣା ଲାଗୁ ହୋଇଛି । ସେହିପରି ଜାନୁଆରୀ ୧୭ ଏବଂ ୧୮ ଦୁଇ ଦିନ ଧରି ପକ୍ଷୀମାନଙ୍କର ବାର୍ଷିକ ଜନଗଣନା ପାଇଁ ନଦୀରେ ଡଙ୍ଗା ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ସୂଚନା ମୁତାବକ, ଜାରି ହୋଇଥିବା ଏହି କଟକଣା ଅବଧି ମଧ୍ୟରେ ଯଦି କେହି ଏହାକୁ ବାରଣ କରି ଡଙ୍ଗା ଚଳାନ୍ତି କିମ୍ବା ମାଛ ଧରିବାକୁ ଯାଆନ୍ତି, ସେମାନଙ୍କ ଡଙ୍ଗାଗୁଡ଼ିକୁ ଜଙ୍ଗଲ ଅଧିକାରୀମାନେ ଜବତ କରିବା ସହ ଅମାନିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୁମ୍ଭୀର ଏବଂ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ସୁରୁଖୁରୁରେ ଏବଂ ସଠିକ୍ ଭାବରେ କରିବା ପାଇଁ ବନ ବିଭାଗ ଦ୍ୱାରା ଅନେକ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଅନେକ ଟିମ୍ ମଧ୍ୟ ଗଠନ କରାଯାଇଛି ।

Leave A Reply

Your email address will not be published.