Latest Odisha News

BREAKING NEWS

ଲକଡାଉନ୍ କଟକଣାରୁ ବାଦ୍ ପଡିଲା ମତ୍ସ୍ୟଚାଷ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କରୋନାର କୋକୁଆ ଭୟ । ଏହି ମହାମାରୀର ମୁକାବିଲା ପାଇଁ ପୁରା ଦେଶରେ ତାଲାବନ୍ଦ ଜାରି ରହିଛି । ଫଳରେ ସବୁଠୁ ତାଲା ଝୁଲୁଛି । ଏହାରି ଭିତରେ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଲକଉଡାନ୍‌ରୁ ବାଦ୍ ପଡିଛି ମତ୍ସ୍ୟଚାଷ । କେବଳ ସେତିକି ନୁହେଁ ସମସ୍ତ ମତ୍ସ୍ୟ ଜାତୀୟ ସାମଗ୍ରୀ ବିକ୍ରି ଉପରୁ ମଧ୍ୟ ହଟିଛି କଟକଣା ।
ମତ୍ସ୍ୟଚାଷ, ମତ୍ସ୍ୟ ବିହନ, ମତ୍ସ୍ୟ ଖାଦ୍ୟ, ମାଛ ବିକ୍ରି ପାଇଁ ପ୍ୟାକିଂ, ସିଲିଂ ସବୁ ପ୍ରକ୍ରିୟା ଉପରୁ କଟକଣା ହଟାଇବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଯେଉଁମାନେ ଆକ୍ୱାରିୟମ ମାଛ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରୁ ବାଦ୍ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.