Latest Odisha News

BREAKING NEWS

କରୋନା ଅପଡେଟ୍‌; ଜାଣନ୍ତୁ କିଭଳି କରିବେ ପନିପରିବା ଓ ରାସନକୁ ସାନିଟାଇଜ୍ ?

ଭୁବନେଶ୍ୱର: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ହେଲେ ବାହାରେ ମିଳୁଥିବା ପନିପରିବା ଓ ରାସନ କେତେଦୂର କରୋନା ସଂକ୍ରମଣଠୁ ସୁରକ୍ଷୀତ ? ଆସନ୍ତୁ ଜାଣିବା ସାନିଟାଇଜେସନ୍ ର କିଛି ସରଳ ଉପାୟ ।

  • ପନିପରିବାକୁ ଖାଲି ପାଣି ବଦଳରେ ବେକିଂ ସୋଢା, ଭିନେଗାର କିମ୍ବା ଲେମ୍ବୁ ପକାଇ ଭଲ ଭାବେ ଧୋଇ ଦିଅନ୍ତୁ । ଶାଗ ଭଳି ପନିପରିବାକୁ ଆପଣ ଥଣ୍ଡା ପାଣିରେ ଧୋଇପାରିବେ ।
  • ପ୍ୟାକେଟ୍‌, ପ୍ଲାଷ୍ଟିକ ବୋତଲ କିମ୍ବା କାଚ ବୋତଲକୁ ଓଦା ୱାଇପ୍ (wet wipe) କିମ୍ବା ସର୍ଫ ପାଣିରେ କପଡା ଓଦା କରି ପୋଛିବା ପରେ ତୁରନ୍ତୁ ବ୍ୟବହୃତ ୱାଇପଗୁଡିକୁ ବାହାରେ ଫିଙ୍ଗିବାକୁ ଭୁଲନ୍ତୁ ନାହିଁ ।
  • ରୋଷେଇ ଘରେ ଲଗାତାର ନିୟମିତ ଭାବେ ସଫାସୁତରା ରଖନ୍ତୁ । ଏଥିପାଇଁ ଆପଣ କ୍ଲିନିଂ ଲିକ୍ୱିଡ୍‌ର ବ୍ୟବହାର କରିପାରିବେ ।
  • ବାହାରୁ ଆସୁଥିବା ସାମଗ୍ରୀକୁ ଧରିବା କିମ୍ବା ବ୍ୟବହାର କରିବା ପରେ ହାତକୁ ସର୍ବନିମ୍ନ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହ୍ୟାଣ୍ଡୱାସ୍ ରେ ଧୋଇ ନିଅନ୍ତୁ । ଏପରିକି ଘର କବାଟର ହ୍ୟାଣ୍ଡେଲ, ଫ୍ୟାନ ସୁଇଚ୍‌, ଫୋନ୍ ଓ ପର୍ସକୁ ମଧ୍ୟ ଓଦା ୱାଇପ୍‌ରେ ସାନିଟାଇଜ କରିବାକୁ ଭଲନ୍ତୁ ନାହିଁ ।
  • ଅତ୍ୟାବଶ୍ୟକ ସମୟରେ ଆପଣ ଭିନେଗାର, ବେକିଂ ସୋଢା ଓ ଲେମ୍ବୁକୁ ସାନିଟାଇଜେସନ୍ ପାଇଁ ବ୍ୟବହାର କରିପାରିବେ ।
Leave A Reply

Your email address will not be published.