Latest Odisha News

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା ରଖିଥିବାରୁ ବିଏମସି କାର୍ଯ୍ୟାନୁଷ୍ଠାନ ନେଇଛି ।

ଏପଟେ ରାଜଧାନୀର ବ୍ୟସ୍ତବହୁଳ ଅଂଚଳ ଅଶୋକ ନଗରରେ ଥିବା କିଛି ବଡ ବଡ ଦୋକାନ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରିଛନ୍ତି ବିଏମସି ଅଧିକାରୀ । ଶ୍ରୀଲେଦର, ପଣ୍ଡା ଏଂଟରପ୍ରାଇଜେସ ଏବଂ ମାକ୍ସ ଭଳି ଦୋକାନ ସାମାଜିକ ଦୂରତା ନିୟମ ମାନୁନଥିବା ଏବଂ ମାସ୍କ ପିନ୍ଧୁନଥିବାରୁ ଜରିମାନା ଗଣିଛନ୍ତି । ଏଥିସହ ବଜାର ଅଂଚଳର ଅନେକ ବଡ ବଡ ଦୋକାନରେ ଯାଂଚ କରିଛି ବିଏମସି ଟିମ୍ । ଆଗକୁ ନିୟମର ଉଲ୍ଲଂଘନ କଲେ ଦୋକାନ ସିଲ କରିବାକୁ ବିଏମସି ଚେତାଇଦେଇଛି ।

Leave A Reply

Your email address will not be published.