ଅଷ୍ଟ୍ରେଲିଆ: ଆଜିକାଲି ଅଧିକାଂଶ ଲୋକ ନିଜକୁ ଫିଟ୍ ଓ ସୁସ୍ଥ ରଖିବାକୁ ଚାହୁଁଛନ୍ତି । ସେଥିଲାଗି ନିୟମିତ ଜିମ୍ ଯିବା ସହ ବ୍ୟାୟାମ ବି କରୁଛନ୍ତି । ମୋଟାପଣ ଅନେକ ରୋଗର କାରଣ ହୋଇଥାଏ । ଏଥିପାଇଁ ଲୋକମାନେ ସେମାନଙ୍କର ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ତଥାପି ଏହି ଯାତ୍ରା ସହଜ ନୁହେଁ । ଫିଟ୍ ରହିବାକୁ ହେଲେ ଲୋକଙ୍କୁ ଖାଦ୍ୟରେ ନିୟନ୍ତ୍ରଣ ରଖିବା ସହ ନିୟମିତ ବ୍ୟାୟାମ କରିବାକୁ ପଡିବ । ଆମେ ଆପଣଙ୍କୁ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବୁ, ଯିଏ ଫିଟନେସ୍ ମାଧ୍ୟମରେ ତାଙ୍କ ବୟସ ହ୍ରାସ କରିବାରେ ସକ୍ଷମ ହୋଇପାରିଛନ୍ତି । ଏବେ ଏହି ବୃଦ୍ଧା ୨୧ ବର୍ଷୀୟା ଯୁବତୀଙ୍କ ପରି ଦେଖାଯାଉଛନ୍ତି । ଏବେ ସେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଲେସଲି ମ୍ୟାକ୍ସୱେଲ ନାମକ ଜଣେ ବୃଦ୍ଧା ଅଷ୍ଟ୍ରେଲିଆରେ ରୁହନ୍ତି । ବୟସ ୭୩ ବର୍ଷ । ତାଙ୍କୁ ଦେଖିଲେ ଲାଗିବ ଯେ ସେ ଜଣେ ୨୧ ବର୍ଷର ଯୁବତୀ । କିନ୍ତୁ ଯେତେବେଳେ ତାଙ୍କ ବୟସ ଜାଣିବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସେ ତାଙ୍କ ନାତି ନାତୁଣୀଙ୍କ ସହ ସମୟ କାଟୁଛନ୍ତି । ସାଧାରଣତଃ ବୟସ ହେଲେ ପ୍ରତ୍ୟେକ ମଣିଷ ଭାରୀ ଜିନିଷ ଉଠାଇବା ସମ୍ଭବ ହୁଏ ନାହିଁ । କିନ୍ତୁ ଲେସଲି ଜିମରେ ଭାରୀ ଡମ୍ବଲ ଉଠାଉଛନ୍ତି । ଏବେ ସେ ସୋସିଆଲ ମିଡିଆରେ ଲୋକଙ୍କୁ ପ୍ରେରଣା ଦେଉଛନ୍ତି । ସେ ପ୍ରତିଦିନ ଜିମ୍ ଯାଇ କଷ୍ଟଦାୟକ ବ୍ୟାୟାମ କରିଥାନ୍ତି । ଏଥିପାଇଁ ସେ ବହୁତ କଠିନ ପରିଶ୍ରମ କରନ୍ତି । କେବଳ ସେ ଜିମ ଯାଆନ୍ତି, ତାହାନୁହେଁ , ସେ ଭାରୋତ୍ତୋଳନ କରିବାକୁ ବି ପସନ୍ଦ କରନ୍ତି । ଏବେ ସେ ଅଷ୍ଟ୍ରେଲିଆର ସୁପରଫିଟ୍ ଜେଜେମା ପାଲଟିଯାଇଛନ୍ତି ।
ଲେସ୍ଲି ସୋସିଆଲ ମିଡ଼ିଆରେ ମଧ୍ୟ ବହୁତ ସକ୍ରୀୟ । ତାଙ୍କର ଲକ୍ଷାଧିକ ଫଲୋଅର୍ସ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବକ । ତାହାପୁଣି ତାଙ୍କ ବୟସ ଅଧାରୁ କମ୍ ବୟସର । ତାଙ୍କ ଫଟୋ ଦେଖି ଅଧିକାଂଶ ପୁଅ ତାଙ୍କ ପ୍ରେମରେ ପାଗଳ ହୋଇପଡ଼ିଛନ୍ତି । ଲେସଲି କହିଛନ୍ତି ଯେ, ଅନେକ ପୁଅ ମୋତେ ଡ଼େଟ୍ରେ ନେବାକୁ ଚାହାଁନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ବୟସ ମୋଠାରୁ ଦୁଇଗୁଣ ସାନ । କାରଣ ସେମାନେ ମୋ ଫଟୋ ଦେଖି ଭାବି ପାରନ୍ତି ନାହିଁ ଯେ, ମୁଁ ଜଣେ ବୃଦ୍ଧା । ଏହା ମୋତେ ଆତ୍ମବିଶ୍ୱାସୀ ଯୋଗାଉଛି ।
Comments are closed.