Latest Odisha News

ଆରିୟନ ମିଶ୍ର ହତ୍ୟାକାଣ୍ଡ; ସାମ୍ନାକୁ ଆସିଲା ହତ୍ୟା ପଛର ରହସ୍ୟ…

ଫରିଦାବାଦ: ଅଗଷ୍ଟ ୨୩ ତାରିଖ ପ୍ରାୟ ବିଳମ୍ବିତ ରାତିରେ ଦିଲ୍ଲୀ-ଆଗ୍ରା ହାଇଓ୍ବେର ଗଦପୁରୀ ଟୋଲ ନିକଟରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଗୁଳିକରି ହତ୍ୟା କରିବା ଘଟଣା । ଏହି ଘଟଣାରେ ପୋଲିସ ଏବେ ୫ ଜଣଙ୍କୁ ଗିରଫ କରିଛି ।

ପୋଲିସ କହିଛି ଯେ, ଗୋ-ରକ୍ଷକ ମାନେ ଭୂଲବଶତଃ ଛାତ୍ରଙ୍କୁ ହତ୍ୟା କରିଛନ୍ତି । ମୃତ ଛାତ୍ରକ ଜଣକ ହେଲେ ୧୯ ବର୍ଷୀୟ ଆରିୟନ ମିଶ୍ର । ତାଙ୍କ ଘର ଏନଆଇଟିର ପଞ୍ଚ ଅଞ୍ଚଳରେ । ଅଗଷ୍ଟ ୨୩ ତାରିଖ ପ୍ରାୟ ବିଳମ୍ବିତ ରାତିରେ ଏନଆଇଟି ଥାନା ଅନ୍ତର୍ଗତ ପଟେଲ ଚୌକ ରୁ ଦିଲ୍ଲୀ-ଆଗ୍ରା ହାଇଓ୍ବେରେ ସେ ଏକ କାର ଯୋଗେ ନିଜ ପରିବାର ସହ ଘରକୁ ଯାଉଥିବା ବେଳେ ଗୋ-ରକ୍ଷକ ମାନେ ତାଙ୍କୁ ଗା-ଚାଲାଣକାରୀ ଭାବି ପ୍ରାୟ ୧୦ କିଲୋମିଟର ପିଛା କରିଥିଲେ । ଏହାପରେ ସେମାନେ ଆରିୟନଙ୍କୁ ଗୁଳି କରିଥିଲେ । ଆରିୟନଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଥିଲା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ କହିଛି ସେମାନେ ଆରିୟନଙ୍କୁ ଭୁଲରେ ଗୋରୁ ଚାଲାଣକାରୀ ଭାବି ଏହି କାଣ୍ଡ ଘଟାଇଛନ୍ତି । ସେମାନଙ୍କୁ ଖବର ମିଳିଥିଲା ଯେ, ଗୋ-ଚାଲାଣକାରୀ ମାନେ ଫର୍ଚ୍ୟୁନର ଓ ଡଷ୍ଟର ଗାଡି ନେଇ ଯାଉଛନ୍ତି । ଏହାପରେ ସେମାନେ ଆରିୟନ ଙ୍କ କାର୍ ର ପିଛା କରିଥିଲେ । ଆଉ କାର ରୋକିବାକୁ କହିଥିଲେ ହେଲେ ଛାତ୍ର ଜଣକ କାର ନରୋକି ଗାଡିର ସ୍ପିଡ ବଢାଇଥିଲେ । ଯେଉଁଥିରେ ଗୋ-ରକ୍ଷକ ମାନଙ୍କ ସନ୍ଦେହ ଆହୁରି ବଢିଯାଇଥିଲା । ଆଉ ସେମାନେ ଆରିୟନ ଉପରକୁ ଗୁଳି ଚଳାଇଥିଲେ । ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନେ ହେଲେ ସୌରଭ, ଅନିଲ କୌଶିକ, ବରୁଣ, କୃଷ୍ଣ ଏବଂ ଆଦେଶ ।

ଘଟଣାରେ ଆରିୟନଙ୍କ ପିତା ଶିବାନନ୍ଦ ମିଶ୍ର ତାଙ୍କ ପୁଅର ହତ୍ୟାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି ।

Comments are closed.