Latest Odisha News

BREAKING NEWS

ଗ୍ରାମୀଣ ଡାକ ସେବକ ଚାକିରି ପାଇଁ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ୫ ଗିରଫ

ବଲାଙ୍ଗୀର: ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ ଦେଇ ଗିରଫ ହେଲେ ପାଞ୍ଚ ଯୁବକ । ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨), ବଲାଙ୍ଗୀର ଥାନା ମୁରିବାହଲର କୁଳମଣି ରାଣା (୨୪), ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ (୪୫) ଏବଂ ବଲାଙ୍ଗୀର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ।

ସୂଚନା ଅନୁସାରେ, ୨୦୨୩ ଜାନୁଆରୀରେ ଗ୍ରାମୀଣ ଡାକ ସେବକ (ଜିଡିଏସ୍)ରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଏନେଇ ଚାକିରି ପାଇଁ ବହୁ ସଂଖ୍ୟାରେ ଆଶାୟୀ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରେ ଅନେକ ପରୀକ୍ଷାର୍ଥୀ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଚାକିରୀ ପାଇବାକୁ ଉଦ୍ୟମ କରିଥିଲେ । ଏନେଇ ବଲାଙ୍ଗୀର ଡିଭିଜନର ଡାକଘର ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗୀର ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ବଲାଙ୍ଗୀର ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଏହାକୁ ପୂର୍ବରୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିକାଶ ରଞ୍ଜନ ବେହୁରାଙ୍କ ନେତୃତ୍ଵରେ ଏକ ଟିମ ଗଠନ କରି ପ୍ରଥମେ ଝାଡ଼ଖଣ୍ଡର ମୁଖ୍ୟ ଅଭିଯୁକ୍ତ ଅଭିଜିତ କୁମାର ଭକତ, ବଲାଙ୍ଗୀର ଟାଉନ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସର ମାଲିକ ମନୋଜ ମିଶ୍ର ଏବଂ ଆଲୋକ ରଞ୍ଜନ ଉଦଗାତାଙ୍କ ସମେତ ଏହି ରାକେଟ ସହିତ ଜଡିତ ଅନ୍ୟ ୧୭ ଜଣଙ୍କୁ ଗିରଫ କରିଥିଲା । ଆଜିର ଗିରଫ ଅଭିଯୁକ୍ତଙ୍କୁ ମିଶାଇ ମୋଟ ଗିରଫ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

Comments are closed.