ଗୋପାଳପୁର: ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରିଛି ପୋଲିସ । ଗୋପାଳପୁର ପୋଲିସ ବାହାଦୂରପେଟା ଏକ ତୋଟାରୁ ଚଢ଼ଉ କରି ପୋଲିସ ୬୦ ହଜାର ୨ ଶହ ଟଙ୍କା, ଗୋଟିଏ ଜରି ପାଲ,ଗୋଟିଏ ତାସ ପ୍ୟାକେଟ,୫ ଟି ମୋବାଇଲ ଜବତ କରିଛି ।
ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ବଡ଼ବଜାର ଅଂଚଳର ପିଣ୍ଟୁ ପାତ୍ର,ମିଟୁ ଗୌଡ଼,ଆନନ୍ଦ କୁମାର ସାହୁ,ଅନୁସୟା ନାୟକ, କବିସୂର୍ଯ୍ୟନଗର ଅଂଚଳର ସତ୍ୟ ପ୍ରଧାନ,ବ୍ରହ୍ମପୁର ଟାଉନ ଥାନା ଗେଟ୍ ବଜାର ଅଂଚଳର ଶଙ୍କର ଦାସ ।
ଖବରମୁତାବକ, ବାହାଦୂରପେଟା ଏକ ତୋଟାରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲିଥିବା ପୁଲିସକୁ ଖବର ମିଳିଥିଲା । ସୋମବାରରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଚଢ଼ାଉ କରିଥିଲେ । ସେଠାରୁ ଜଣେ ମହିଳାଙ୍କ ସମେତ ୫ ଜଣକୁ ଗିରଫ କରି କେସ ନମ୍ବର ୬/୨୬ ମାମଲା ରୁଜୁ କରି ସର୍ତ୍ତ ମୂଳକ ଜାମିନରେ ଛଡ଼ା ଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।