Latest Odisha News

BREAKING NEWS

୫ଟି ସାଧାରଣ ମେକଅପ୍ ତ୍ରୁଟି, ଯାହା ଆପଣଙ୍କ ମୁଡ଼ ସହ ଚେହେରାକୁ କରିବ ଖରାପ!

ଓଡିଶା ସମ୍ବାଦ ବ୍ୟୁରୋ: ନାରୀ ନିଜ ପାଇଁ ସୁନ୍ଦରତା ବହୁତ ମହତ୍ତ୍ଵ ରଖିଥାଏ । ସମସ୍ତେ ଚାହିଁଥାନ୍ତି ସେମାନେ ସୁନ୍ଦର ଓ ଆକର୍ଷକ ଦେଖାଯିବେ। ମହିଳାମାନେ ସଜେଇ ହେବା ପାଇଁ ବିଭିନ୍ନ ପ୍ରକାରର ଜିନିଷ ପରିଧାନ କରନ୍ତି। ସେ ବିବାହ ପାଇଁ ହେଉ କି ପାର୍ଟି ପାଇଁ। ପର୍ବପର୍ବାଣୀରେ ମଧ୍ୟ ନୂଆ ଲୁକ୍ କ୍ରିଏଟ କରି ଆଜିର ଯୁଗ ସହ ତାଳ ଦେଇ ଚାଲନ୍ତି। ହେଲେ ମେକଅପ୍ କରିବା ସମୟରେ ଅନେକ ଗୁଡିଏ ଛୋଟବଡ଼ ଭୁଲ ହୋଇଯାଏ। ଫଳରେ ଲୁକ୍ ଖରାପ ହେବା ସହ ମୁଡ଼ ମଧ୍ୟ ଖରାପ ହୋଇଯାଏ। ତେଣୁ ମେକଅପ୍ ନେବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବାକୁ ପଡିବ, ଯାହା ଆପଣଙ୍କ ତ୍ୱଚା ସହ ମୁଡକୁ ରଖିବ ଭଲ।

ମଶ୍ଚରାଇଜର ବିନା ମେକଅପ୍…

ମେକଅପ୍ ପ୍ରୟୋଗ କରିବା ପୂର୍ବରୁ ଯଦି ତ୍ୱାଚା ସଠିକ୍ ଭାବରେ ମଶ୍ଚରାଇଜ୍ ହୋଇନଥାଏ, ତେବେ ଆପଣଙ୍କ ତ୍ୱଚାରେ ପ୍ୟାଚ୍ ପଡେ ଏବଂ ଶୁଷ୍କ ଅନୁଭବ ହୁଏ। ତେଣୁ ମେକଅପ୍ ପୂର୍ବରୁ ଏକ କ୍ରିମ୍ କିମ୍ବା ମଶ୍ଚରାଇଜର ବ୍ୟବହାର କରିବା ଦ୍ୱାରା ଚର୍ମକୁ ହାଇଡ୍ରେଟ୍ ରଖେ।

ଭୁଲ ଫାଉଣ୍ଡେସନ ବ୍ୟବହାର କରିବା…
ତ୍ୱଚାରେ ଫାଉଣ୍ଡେସନ ବ୍ୟବହାର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ବୟସ ବଢିବା ହେତୁ ତ୍ୱଚା, ବେକ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗଗୁଡ଼ିକର ଚର୍ମ ଶୁଷ୍କ ହୋଇଯାଏ, ଯେଉଁଥିପାଇଁ ଚର୍ମ ବହୁତ ଦୁର୍ବଳ ହୋଇଯାଏ। ଏଭଳି ସ୍ଥିତିରେ ଭୁଲ ଫାଉଣ୍ଡେସନ ଫର୍ମୁଲା ମଧ୍ୟ ଏହି ସମସ୍ୟାକୁ ବଢାଇବାରେ ସାହାଯ୍ୟ କରେ। ତେଣୁ ଭୁଲ ଫାଉଣ୍ଡେସନ ବ୍ୟବହାର କରିବା ତ୍ୱଚା ପାଇଁ ଏକ ସୌନ୍ଦର୍ଯ୍ୟ ତ୍ରୁଟି ଅଟେ।

କନ୍ସିଲରର ଅତ୍ୟଧିକ ବ୍ୟବହାର…
ଆପଣଙ୍କୁ ମନେ ରଖିବାକୁ ହେବ ଯେ କନ୍ସିଲର ସମ୍ପୂର୍ଣ୍ଣ ଭାବେ ଡାର୍କ ସର୍କଲକୁ କଭର୍ କରିପାରେ ନାହିଁ। ତେଣୁ ଆପଣ ଅଧିକ କନ୍ସିଲର ବ୍ୟବହାର କରି ନିଜ ତ୍ୱଚାକୁ ଖରାପ କରନ୍ତୁ ନାହିଁ। ଅତ୍ୟଧିକ କନ୍ସିଲର୍ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ମେକଅପ୍ ମିସମ୍ୟାଚ୍ ଦେଖାଯିବ ଏବଂ ଲାଇଟ ସାମ୍ନାରେ ଆପଣଙ୍କ ତ୍ୱଚା ଖରାପ ଦେଖାଯିବ।

ଡେଡ୍ ସ୍କିନ ନ ହଟାଇଲେ…
ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଡେଡ୍ ସ୍କିନ୍ ହଟାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଓଠ ସ୍କ୍ରବ୍ କିମ୍ବା କେବଳ ଆପଣଙ୍କର ଟୁଥ୍ ବ୍ରଶ୍ ବ୍ୟବହାର କରି ଓଠରୁ ଡେଡ୍ ସ୍କିନ୍ ବାହାର କରିଦିଅନ୍ତୁ। ଯାହା ଫଳରେ ଓଠରେ ଚମକ ଆସିବ।

ଅତ୍ୟଧିକ ବ୍ଲସର ବ୍ୟବହାର କରୁଥିଲେ…
ଯଦି ଆପଣଙ୍କୁ ପିଙ୍କ୍ ଚିକ୍ ପସନ୍ଦ, ତେବେ ବ୍ଲସର୍ ପ୍ରୟୋଗ କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍। ଅତ୍ୟଧିକ ବ୍ଲସର୍ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ମେକଅପ୍ ଫନି ଦେଖାଯିବ। ଆପଣ ବ୍ଲସର ବ୍ୟବହାର କରୁଥିଲେ ଆଖିର ଠିକ୍ ତଳ ଅଂଶରେ ଲଗାନ୍ତୁ। ଗାଲରେ ଲଗାନ୍ତୁ ନାହିଁ।

Leave A Reply

Your email address will not be published.