Latest Odisha News

BREAKING NEWS

୮୯ ବର୍ଷରେ ବି ବୃଦ୍ଧଙ୍କ ମନ ମାନୁନି…..ଅଭିଯୋଗ କଲେ ୮୭ ବର୍ଷୀୟା ପତ୍ନୀ

ପ୍ରେମ କିଛି ମାନେନା । ଏହା ଶାଶ୍ୱତ । ତେବେ ଏଥିରେ ଯଦି ଶାରୀରିକ ତୃଷ୍ଣା ମେଂଟାଇବା ଅତି ମାତ୍ରାରେ ଭରିଯାଏ…ତାହା ଏକ ପ୍ରକାର ଯନ୍ତ୍ରଣା ପାଲଟିଯାଏ । ସେ ଆଉ ପ୍ରେମ ହୋଇ ରହେନା । ତାହାଏକ ରୋଗ ପାଲଟିଯାଏ କହିଲେ ଭୁଲ ହେବନି । ଏ ଭଳି ଏକ ଘଟଣା ଗୁଜରାଟ ଭଦୋଦରାରେ ସମ୍ମୁଖକୁ ଆସିଛି । ସେମାନେ ପତି ପତ୍ନୀ ଭାବେ ଚଳନ୍ତ । ଉଭୟ ବୟସର ଅପରାହ୍ନରେ ପଂହଚି ସାରିଛନ୍ତି । ପତିଙ୍କୁ ୮୭ ଏବଂ ପତିଙ୍କୁ ୮୯ ବର୍ଷ ବୟସ ହୋଇଯାଇଛି । ତେବେ ପତି ମନରୁ ସେକ୍ସର ଭୋକ ମେଂଟିନି…ଏବେ ବି ସେ ସେୟା ଚାହୁଁଛନ୍ତି । ପତ୍ନୀ ରୋଗୀଣା ହେଲେ ମଧ୍ୟ ବୃଦ୍ଧ ତାଙ୍କ ଶରୀରର ଭୋକ ଏବେ ବି ବାରମ୍ବାର ମେଂଟାଇବାକୁ ଚାହୁଁଛନ୍ତି । ଏହା ପୂରଣ ନ ହେଲେ ସେ ପାଟିତୁଣ୍ଡ କରିବା ସହ ଘରେ ଅଶାନ୍ତି ସୃଷ୍ଟି କରିଥାନ୍ତି ।

ପଡୋଶୀମାନଙ୍କ କାନରେ ଏହା ବାଜିବା ପରେ ସେମାନେ ସାହସ ଦେଇଥିଲେ । ଶେଷରେ ବୃଦ୍ଧା ଜଣକ ବୋହୂ ଏବଂ ପତ୍ନୀଙ୍କ ସହାୟତାରେ ସାହାଯ୍ୟ ପାଇଁ ଏକ ଅନୁଷ୍ଠାନକୁ ଫୋନ କରିଥିଲେ । ଉକ୍ତ ଅନୁଷ୍ଠାନର ସଦସ୍ୟମାନେ ଘରେ ପଂହଚି ଏହି ଇଜିନିୟର ବୃଦ୍ଧ ଜଣଙ୍କୁ ବୁଝାଇଥିଲେ । ତୁମର ଏହି ପାଗଳାମୀ ଲାଗି କିପରି ସମ୍ମାନ ହାନୀ ହେଉଛି ଇତ୍ୟାଦି । ଏଥିରୁ ମନ କାଢ଼ିବା ପାଇଁ ଧ୍ୟାନ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ । ତାଙ୍କୁ ଏକ ସିନିୟର କ୍ଲବରେ ସଦସ୍ୟ କରାଇ ସେଠାରେ ସମୟ କାଟିବା ପାଇଁ ପରାମର୍ଶ ଦେଇଥିଲେ । ଏବେ ଅବଶ୍ୟ ବୃଦ୍ଧ ଜଣଙ୍କ ସେମାନଙ୍କ କଥା ମାନି କାର୍ଯ୍ୟ କରିବାରୁ ସ୍ଥିତି ଧିରେଧିରେ ନିୟନ୍ତ୍ରଣକୁ ଆସୁଛି ।

Leave A Reply

Your email address will not be published.