Latest Odisha News

BREAKING NEWS

ଭଗବାନ ଓ ଭକ୍ତଙ୍କ ମିଳନରେ କମ୍ପୁଛି ଏକାମ୍ରକ୍ଷେତ୍ର: ସାଢ଼େ ୫ଟାରେ ଗଡିଲା ରଥ

ଭୁବନେଶ୍ବର:ଗଡିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଛି । ପୂବରୁ ଅପରାହ୍ଣ ସାଢେ ୩ଟାରେ ରଥଟଣା ହେବ ବୋଲି ନୀତିନିର୍ଘଣ୍ଟ କରାଯାଇଥିଲା । କିନ୍ତୁ ଆଜି ପ୍ରାୟ ସାଢ଼େ ୫ଟାରେ ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଏହି ପଞ୍ଚଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ବରଙ୍କ ପୀଠକୁ ଯାଉଛନ୍ତି। ୪ ଦିନ ପରେ ବାହୁଡ଼ା ଯାତ୍ରାର ଆୟୋଜନ ହେବ।

ନୀତିକ୍ରାନ୍ତି ବିଳମ୍ବରେ ହେବା କାରଣରୁ ରଥଟଣାରେ ବିଳମ୍ବ ହୋଇଛି। ଆଜି ପ୍ରାତଃ ୫ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ମଙ୍ଗଳ ଆରତି ଅନୁଷ୍ଠିତ ହୋଇଥିଲା। ଏହାପରେ ସାହାଣ ମେଲା ଦର୍ଶନ ହୋଇଥିଲା। ପରେ ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ମହାସ୍ନାନ ନୀତି ସଂପନ୍ନ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହୋଇଥିଲା । ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିଥିଲେ । ଏହାପରେ ଚାରମାଳ ଖୋଲା ହୋଇ ଅପରାହ୍ନରେ ରଥ ମାଉସୀ ମା’ ଆଡକୁ ଗଡ଼ିବା ଆରମ୍ଭ କରିଛି । ପୋଲିସ ଓ ସ୍ବେଚ୍ଛାସେବୀଙ୍କ କର୍ଡନରେ ରଥଟଣା ଆରମ୍ଭ ହୋଇଛି। ରଥଟଣାରେ ହଜାର ହଜାର ଶ୍ରାଦ୍ଧାଳୁ ସାମିଲ ହୋଇଛନ୍ତି।

ଆଜି ଅପରାହ୍‌ଣରେ ଗତକାଲି ତୁଳନାରେ ଖରା ଓ ତାପମାତ୍ରା ଅଧିକ ଅନୁଭୂତ ହୋଇଥିଲା। କିନ୍ତୁ ଭକ୍ତମାନେ ଖରାକୁ ଭୁଲିଯାଇଥିଲେ;ହରିବୋଲହୁଳହୁଳି ଶବ୍ଦରେ ପରିବେଶ ଫାଟି ପଡୁଥିଲା । ଭକ୍ତମାନେ ଆନ୍ଦନ ଓ ଉଲ୍ଲାସର ସହ ରୁକୁଣା ରଥକୁ ଆଗକୁ ଟାଣି ନେଉଛନ୍ତି। ରାମେଶ୍ୱର ମନ୍ଦିରରେ ରଥ ଲାଗିବା ପରେ ଠାକୁର ବିଜେ କରି ରାତିରେ ନୀତି କରାଯିବ ।

ଶୃଙ୍ଖଳିତ ଯାତ୍ରା ଓ ଭକ୍ତମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୁଲିସ ମତୟନ କରାଯାଇଛି। ଡିସିପିଙ୍କ ନେତୃତ୍ବରେ ଏକାମ୍ର କ୍ଷେତ୍ରରେ ୧୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

 

 

Comments are closed.