Latest Odisha News

BREAKING NEWS

ପତି-ପତ୍ନୀ ଓ ତିନି ଛୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟନା: ଅଭାବନୀୟ ଘଟଣା । ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଓ ତିନି ଜଣ ପିଲା । ଏଭଳି ହୃଦୟ ବିଦାରକ ଘଟଣା ବିହାର ସୁପୋଲ ଜିଲ୍ଲାରୁ ସାମନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ସମସ୍ତଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କୁହାଯାଉଛି ଗତକାଲି ରାତିରେ ସେମାନେ ଫାଶୀ ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ।

ଗୋଟିଏ ଘର ଭିତରେ ସ୍ୱାମୀ, ସ୍ତ୍ରୀ, ଦୁଇ ଝିଅ ଓ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୋଲିସ ଓ ଫରେନସିକ୍ ଟିମ୍ ଖୋଳତାଡ କରୁଛନ୍ତି ।

Leave A Reply

Your email address will not be published.